ଗ୍ରାହକ ଅଧିକାର ସୁରକ୍ଷା କମିଟି ପକ୍ଷରୁ “ବିଶ୍ଵ ଗ୍ରାହକ ଅଧିକାର ସୁରକ୍ଷା ଦିବସ” ପାଳିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ରଣଦେଇ ଗ୍ରାମ ଠାରେ ଗ୍ରାହକ ଅଧିକାର ସୁରକ୍ଷା କମିଟି , ଗଜପତି, ପକ୍ଷରୁ “ବିଶ୍ଵ ଗ୍ରାହକ ଅଧିକାର ସୁରକ୍ଷା ଦିବସ” ପାଳିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମଟି ଜିଲ୍ଲା ସମ୍ପାଦକ ଶ୍ରୀ ରୋକମ୍ ଲୋକାନଥଙ୍କ ପରିଚାଳନାରେ ଜିଲ୍ଲା କାଯ୍ୟକାରିଣୀ ସଭାନେତ୍ରୀ ଶ୍ରୀମତୀ ତନୁଜା ଶତପଥିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା।
ସମସ୍ତ ସଦସ୍ୟ ନିଜ ନିଜ ଅଭିଭାଷଣରେ କହିଥିଲେ କି ଖାଉଟିର ଛଅ ଗୋଟି ମୌଳିକ ଅଧିକାର ରହିଛି ଏବଂ ଏଥିରୁ କେହି ଭି ବଞ୍ଚିତ ହୋଇପାରିବେ ନାହିଁ | ସେଥିପାଇଁ ବହୁତ ସଚେତନା କାର୍ଯ୍ୟକ୍ରମ ଏବଂ ଦାବୀ ପତ୍ର ପ୍ରଶାସନକୁ ଦିଆଯାଇଛି ଏବଂ ପ୍ରଶାସନ ପକ୍ଷରୁ କେତେକ କାଯ୍ୟ ସମ୍ପୂର୍ଣ୍ଣ ହୋଇଛି ବୋଲି କହିଥିଲେ।
ବି. ଚଳପତି ରାଓ , ପି. ତ୍ରିନାଥ , ବୁଡୁ ଗୋପାଳ ରାଓ , ଲିଙ୍ଗରାଜ , ବାଙ୍ଗାରାୟ , କାମେଶ ଆପନ୍ନା ସହଯୋଗ କରିଥିଲେ। ଶେଷରେ କେ. ବାଲକ୍ରିଷ୍ଟା ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.