ସି ଆଇ ଟି ୟୁ ନେତୃତ୍ୱରେ ପରିବହନ ଶ୍ରମିକଙ୍କ ରାଜ୍ୟବ୍ୟାପୀ ପ୍ରତିବାଦ ବିକ୍ଷୋଭ ଓ ଧାରଣା, ରାଉରକେଲା ପରିବହନ ଶ୍ରମିକ ସାମିଲ।

0

ରାଉରକେଲା (ବସନ୍ତ କୁମାର ଜେନା): ଅଲ୍ ଇଣ୍ଡିଆ ଟ୍ରାନ୍ସପୋର୍ଟ ଓରକର୍ସ ଫେଡେରେସନ୍ ( ସି ଆଇ ଟି ୟୁ) ଡାକରା ରେ ପରିବହନ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ସମାଧାନ ଦାବିରେ ଦେଶବ୍ୟାପୀ ମାର୍ଚ୍ଚ ୧୩ ରୁ ୨୦ ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ ପ୍ରତିବାଦ ଧାରଣ ଓ ବିକ୍ଷୋଭ କାର୍ଯ୍ୟକ୍ରମ ସଂଗଠିତ କରିବା ପାଇଁ ଆହ୍ୱାନ କରାଯାଇଥିଲା ଏବଂ ଆଜି ଫେଡେରେସନ୍ ର ରାଜ୍ୟ ନିଷ୍ପତ୍ତି ଅନୁଯାୟୀ ୧୫ ମାର୍ଚ୍ଚ ଡ୍ରାଇଭର ମହାସଂଘ ର ଆନ୍ଦୋଳନ କୁ ସମର୍ଥନ ଘୋଷଣା କରାଯାଇଥିଲା। ଆଜି ୧୫ ମାର୍ଚ୍ଚ ସୁନ୍ଦରଗଡ଼ ମୋଟର କର୍ମଚାରୀ ସଂଘ, ରାଉରକେଲା ମିନି ବସ୍ ଆସୋସିଏସନ୍ (ସି ଆଇ ଟି ୟୁ) ପକ୍ଷରୁ ରାଉରକେଲା ନୂଆ ବସ୍ ଷ୍ଟାଣ୍ଡରେ ପ୍ରତିବାଦ ଧାରଣ ରେ ବସିଥିଲେ ସଂଘ ର ସଦସ୍ୟ। ଧାରଣା ସ୍ଥଳରେ ବକ୍ତବ୍ୟ ରଖି ସି ଆଇ ଟି ୟୁ ରାଜ୍ୟ ଉପସଭାପତି ବିମାନ ମାଇତି, ଉଭୟ ୟୁନିୟନ ର ଉପସଭାପତି ଏଡଭୋକେଟ ରାଜ କିଶୋର ପ୍ରଧାନ କହିଥିଲେ ଯେ ଓଡ଼ିଶା ର ପରିବହନ ଶ୍ରମିକ ସର୍ବାଧିକ ନିର୍ଯାତିତ। ଏଠାରେ ସରକାରୀ ଧାର୍ଯ୍ୟ ସର୍ବନିମ୍ନ ମଜୁରୀ ପରିବହନ କ୍ଷେତ୍ରରେ କାର୍ଯ୍ୟକାରୀ ହୁଏ ନାହିଁ, ଯେଉଁ ଠାରେ କିଛି ସୁବିଧା ସୁଯୋଗ ପରିବହନ ଶ୍ରମିକ ପାଉଛନ୍ତି ତାହା ସି ଆଇ ଟି ୟୁ ର ଲଢେଇ ଯୋଗୁଁ ସମ୍ଭବ ହୋଇଛି। ପରିବହନ ଶ୍ରମିକ ମାନଙ୍କ ପାଇଁ ୮ ଘଣ୍ଟା କାର୍ଯ୍ୟ ଦିବସ ସ୍ବପ୍ନ। ଇ ଏସ ଆଇ ,ଇ ପି ଏଫ୍,ବୋନସ ଏମାନେ ପାଇବାରୁ ବଂଚିତ। ଏହା ବିରୋଧରେ ପରିବହନ ଶ୍ରମିକ ଐକ୍ୟବଦ୍ଧ ସଂଗ୍ରାମ କରିବାକୁ ଆହ୍ୱାନ କରିଥିଲେ। ଆଜିର ୧୫ ଦଫା ଦାବିରେ ପରିବହନ ଶ୍ରମିକ ମାନଙ୍କୁ ମାସିକ ୨୬ ହଜାର ଟଙ୍କା ଦରମା,୫୮ ବର୍ଷ ପରେ ମାସିକ ୧୦ ହଜାର ଟଙ୍କା ପେନସନ, ଦୁର୍ଘଟଣା ରେ ମୃତ୍ୟୁବରଣ କଲେ ୨୦ ଲକ୍ଷ ଟଙ୍କା ଓ ଅକର୍ମଣ୍ୟ ହେଲେ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ,ଇ ଏସ ଆଇ,ପି ଏଫ୍ ସ୍କିମ୍ କାର୍ଯକାରୀ କରିବା, ପରିବହନ ଶ୍ରମିକ ମାନଙ୍କ ପାଇଁ ରାଜ୍ୟ ସ୍ତରୀୟ କଲ୍ୟାଣ ପାଣ୍ଠି ଗଠନ କରି ଗୃହ ନିର୍ମାଣ, ଶିକ୍ଷା, ସ୍ବାସ୍ଥ୍ୟ ଓ ବିବାହ ଆଦି କାମପାଇଁ ସହାୟତା ଏହି ପାଣ୍ଠି ରୁ ପ୍ରଦାନ କରିବା ପ୍ରଭୃତି ଦାବିରେ ଆଜି ରାଉରକେଲା ନୂଆ ବସ୍ ଷ୍ଟାଣ୍ଡରେ ପ୍ରତିବାଦ ଧାରଣ ଅନୁଷ୍ଠିତ ହୋଇଯାଇଛି। ଏହି ବିକ୍ଷୋଭ ରେ ଉଭୟ ୟୁନିୟନ ର ସଂପାଦକ ଅକ୍ଷୟ ମହାନ୍ତ, ଅରୁଣ ମହାରଣା, ଶୁଭେନ୍ଦୁ ମହାନ୍ତି,ବଜରଙ୍ଗି ଲୋହାର, ଭୀମସେନ ସେଠୀ,ରାଜୁ ଏକ୍କା,ବୁଲୁ ରାଉତରାୟ, ହରି ସିଂହ,ମୁନା ସିଂ, ଜିତେନ୍ଦ୍ର ପାଲ ସିଂହ,କାଳିଆ ନାୟକ ପ୍ରମୁଖ ଙ୍କ ସମେତ ବହୁ ପରିବହନ ଶ୍ରମିକ ସାମିଲ ଥିଲେ।

Leave A Reply

Your email address will not be published.