ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ଓଡ଼ିଶା ଡ୍ରାଇଭର ଏକତା ମହାମଞ୍ଚ ପକ୍ଷରୁ ଆଜି ଘୁ.ଉଦୟଗିରି ଠାରେ ଷ୍ଟେରିଙ୍ଗ ଛାଡ଼,ଚକା ବନ୍ଦ ଆନ୍ଦୋଳନ ୧୦ ଦଫା ଦାଵୀ ନେଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଓଡ଼ିଶା ଡ୍ରାଇଭର ମହାସଂଘ ରାଜ୍ୟବ୍ୟାପୀ ଧର୍ମଘଟ ଆନ୍ଦୋଳନ ଆରମ୍ଭ କରିଛି । ଏହାର ପ୍ରଭାବ ଘୁ.ଉଦୟଗିରି ସହରରେ ମଧ୍ୟ ଦେଖିବାକୁ ମିଳିଛି । ସଭାପତି ଇଶାକ ନାୟକ, ସମ୍ପାଦକ ଦ୍ବିଯେନ୍ଦ୍ର ନାଥ ପ୍ରଧାନଙ୍କ ନେତୃତ୍ୱରେ ଆଜି ସକାଳ ୬ ଘଣ୍ଟା ସମୟ ଠାରୁ ସ୍ଥାନୀୟ ସହରର ବନ୍ଧଛକ ଠାରେ ଶତାଧିକ ଡ୍ରାଇଭର ମାନେ ଏକତ୍ରିତ ହୋଇ ନାରାବାଜି ଦେଇ ଧର୍ମଘଟ କରୁଥିବା ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ମୋଟର ସାଇକେଲ ଓ ଘରୋଇ କାର ଛଡା ଆଉ କୌଣସି ଗାଡି ଯାତାୟାତ କରୁନଥିବା ଦେଖିବାକୁ ମିଳିଛି । ସରକାରୀ ବସ୍ ଯାତାୟାତ କରୁଥିବା ବେଳେ ତାଙ୍କୁ ମଧ୍ୟ ସହଯୋଗ କରିବା ପାଇଁ ନିବେଦନ କରିଥିଲେ ଏଠାରୁ ଭଞ୍ଜନଗର,ବ୍ରହ୍ମପୁର, ଭୁବନେଶ୍ୱର, ଫୁଲବାଣୀ, ବାଲିଗୁଡା, ସାରଙ୍ଗଡ, ଦାରିଙ୍ଗବାଡି ଯାଉଥିବା ବସ୍ ଆଜି ଚକା ଜାମ ସହିତ ଯାତାୟାତ ବନ୍ଦ ରହିଛି । ଶିକ୍ଷକ ଶିକ୍ଷୟତ୍ରୀମାନେ ଅଟୋ କିମ୍ବା ବସ୍ ଅପେକ୍ଷା କରି କରି ନିରାସରେ ଫେରୁ ଥିବା ଦେଖିବାକୁ ମିଳିଛି । ସ୍କୁଲ୍ ଓ ମେଡ଼ିକାଲ ପାଇଁ ଯାଉଥିବା ଅଟୋ ଯିବା ଆସିବା କରୁଥିବା ବେଳେ ସେମାନଙ୍କୁ ସ୍ଵତନ୍ତ୍ର ପ୍ରମାଣ ଦେଖିଲା ପରେ ଛାଡୁଥିବା ଦେଖିବାକୁ ମିଳିଛି । ସରକାର ସେମାନଙ୍କର ୯ ଦଫା ସମ୍ବଳିତ ଦାବି ପୂରଣ ନ କଲେ ଆନ୍ଦୋଳନରୁ ଓହରି ନ ଯାଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବ ବୋଲି ଆନ୍ଦୋଳନ କାରି ସୂଚନା ଦେଇଛନ୍ତି । ୯ ଦଫା ଦାବି ମଧ୍ୟରେ ଦୁର୍ଘଟଣା ଜନିତ ବିମା ରାଶି ଲାଗୁ କରିବା ୫୫ ବର୍ଷ ପରେ ପେନସନ ସୁବିଧା, ସ୍ଵତନ୍ତ୍ର ଡ୍ରାଇଭର ମାନଙ୍କ ନିମନ୍ତେ ଆଇନ ତିଆରି କରାଯାଉ, ୧୦୦ କିଲୋ ମିଟର ଅନ୍ତରରେ ପାର୍କିଂ ଓ ବିଶ୍ରାମ ସୁବିଧା, ରାଜ୍ ରାସ୍ତାରେ ଡ୍ରାଇଭରମାନଙ୍କୁ ହଇରାଣ କରା ନ ଯାଉ, ଆବାସ ଯୋଜନାରେ ଡ୍ରାଇଭର ମାନଙ୍କୁ ୫ ଲକ୍ଷ ଟଙ୍କା ଦିଆଯାଉ, ଡ୍ରାଇଭର ମାନଙ୍କର ପିଲାମାନଙ୍କୁ ଉଚ୍ଚ ଶିକ୍ଷା ବ୍ୟବସ୍ଥା ଡ୍ରାଇଭରମାନଙ୍କ ନିମନ୍ତେ ଲାଇସେନ୍ସ ପାଇଁ ୧୫ ହଜାର ପରିବର୍ତ୍ତେ କମ୍ ମୂଲ୍ୟ ଧାର୍ଯ୍ୟ କରାଯାଉ, ଯେହେତୁ ସମସ୍ତେ ଗରିବ ଶ୍ରେଣୀର ଅଟନ୍ତି, ଡ୍ରାଇଭରମାନଙ୍କୁ ଦ୍ଵିତୀୟ ସୈନିକ ମାନ୍ୟତା ଦିଆଯାଉ ଏହି ଭଳି ୧୦ ଦଫା ସମ୍ବଳିତ ଦାବି ନେଇ ଆନ୍ଦୋଳନକୁ ଉଲ୍ଲେଇଥିବା ପ୍ରକାଶ କରିଛନ୍ତି ସ୍ଥାନୀୟ ଡ୍ରାଇଭର ସଂଘର ସଭାପତି । ଏହି ଗାଡି ଚଳାଚଳ ବନ୍ଦ ଧର୍ମଘଟ ଯୋଗୁଁ ଅନେକ ଯାତ୍ରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି ।
Sign in
Sign in
Recover your password.
A password will be e-mailed to you.