ଜିଲ୍ଲାସ୍ତରୀୟ ସମବାୟ ଵ୍ୟାଙ୍କି ସେବା ଓ ଋଣ କର୍ମଶାଳା

0 2

ଜଗତସିଂହପୁର/ସୁମନ୍ତ କୁମାର ଦାସ:ଆଜି ଅପରାହ୍ନରେ ସାରଳା ଦାସ ସଂସ୍କୃତି ଭଵନଠାରେ ସମବାୟ ବିଭାଗ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଛି l ଏହି ବୈଠକରେ ୬ ଲକ୍ଷ ପଚାଶ ହଜାର ଉର୍ଦ୍ଧ ଖୁଦ୍ର ଓ ନାମମାତ୍ରା ଚାଷୀଙ୍କୁ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷିଋଣ ପ୍ରଦାନ, ଯୁଗ୍ମଦେୟ ଗୋଷ୍ଠୀ ଜରିଆରେ ଭୂମିହୀନ ଚାଷୀ ତଥା ଭାଗଚାଷୀମାନଙ୍କୁ ବିନା ସୁଧରେ ଓ ସହଜ ସୁଧରେ କୃଷି ଋଣ ଓ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ସହଜରେ ଵ୍ୟାଙ୍କି ସୁବିଧା ପ୍ରଦାନ ବିଷୟରେ ଆଲୋଚନା କରାଯାଇଥିଲା l ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ମନୋଜ କୁମାର ଭୋଇ, ଏ.ଡି.ଏମ ସଚ୍ଚିଦାନନ୍ଦ ସାହୁ, ପ୍ରଶାନ୍ତ କୁମାର ପଣ୍ଡା, ସନ୍ତୋଷ କୁମାର ମଲ୍ଲିକ, ବିଶ୍ୱ ଭୂଷଣ ମହାନ୍ତି, ଆରତୀ ମହାନ୍ତି, ପ୍ରଭାତଚନ୍ଦ୍ର କାନୁନଗୋ(କଟକ ସମବାୟ ସମିତି ସଭାପତି), ସରୋଜ କୁମାର ମହାପାତ୍ର,କୈଳାସ ଚନ୍ଦ୍ର ପାଲ, ଅନନ୍ତ କୁମାର ସାମଲ ଉପସ୍ଥିତ ରହି ଆଲୋଚନା କରିଥିଲେ l

Leave A Reply

Your email address will not be published.