“ଦୋଳ ଉତ୍ସବ” – ୨୦୨୩ ର ଦ୍ବିତୀୟ ସନ୍ଧ୍ୟା : ହୋଲି ଉପରେ ଦଳଗତ ନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା

0 3

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଦୋଳଉତ୍ସବ ଓ ଦୋଳବନ୍ଧ ଉନ୍ନୟନ କମିଟି ଏବଂ ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୁଲ୍ୟରେ “ଦୋଳ ଉତ୍ସବ” – ୨୦୨୩ ଦୋଳବନ୍ଧ ନିକଟ ଦୋଳମଣ୍ଡପ ଠାରେ ଦୀର୍ଘ ୬ଦିନ ଧରି ହୋବାକୁ ଥିବା ଦୋଳତ୍ସବ ଦ୍ବିତୀୟ ସନ୍ଧ୍ୟାରେ ରାମ ସ୍ୱାମୀ ମନ୍ଦିରରୁ ପ୍ରଭୁ ଦୋଳଗୋବିନ୍ଦ ସୁସଜ୍ଜିତ ବିମାନରେ ବସି ନଗର ପରିକ୍ରମା କରି ଦୋଳବନ୍ଧ ନିକଟ ଦୋଳମଣ୍ଡପକୁ ବିଜେ କରିଥିଲେ।
ଦ୍ବିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ରୂପେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ଭାଗବତ ପାଢ଼ୀ , ବିଚିତ୍ରାନନ୍ଦ ବେବର୍ତ୍ତା , ଅରକ୍ଷିତ ଜେନା ପ୍ରମୁଖ ମଞ୍ଚାସୀନ ଥିଲେ।
ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ପାଇଁ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।
ଦ୍ବିତୀୟ ସନ୍ଧ୍ୟାରେ ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ପକ୍ଷରୁ ଭକ୍ତି ସଙ୍ଗୀତ ସମାରୋହ ହୋଇଥିବା ବେଳେ ପାରଳାର ଅଗ୍ରଣୀ ସାଂସ୍କୃତିକ ସମଲେଇ ନୃତ୍ୟକଳା ପରିଷଦର ନୃତ୍ୟଶିଳ୍ପୀ ମାନଙ୍କ ଦ୍ୱାର ରଙ୍ଗାରଙ୍ଗ ନୃତ୍ୟ ପରିବେଷଣ କରିଥିବା ବେଳେ ହୋଲି ଉପରେ ଦଳଗତ ନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା। ବିନୋଦ ଚନ୍ଦ୍ର ଜେନା , ବିଚିତ୍ରାନନ୍ଦ ବେବର୍ତ୍ତା ଓ ଦୋଳବନ୍ଧ ଦୋଳ ଉତ୍ସବ କମିଟିର କର୍ମକର୍ତ୍ତା ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave A Reply

Your email address will not be published.