ନୟାଗଡ଼:- ୪/୩ ଖୋର୍ଦ୍ଧା–ବଲାଙ୍ଗିର ରେଳପଥର ଦଶପଲ୍ଲା ତହସିଲ ଟାକେରା ଠାରେ ୧୦.୫୫ ଏକର ବେସରକାରୀ ଜମି ଅଧିଗ୍ରହଣ ଶେଷ ହୋଇଛି । କିନ୍ତୁ, ଅଧିକ କ୍ଷତିପୂରଣ ଦାବି କରି କେତେକ ଗ୍ରାମବାସୀ ରେଳପଥ ନିର୍ମାଣ କାମରେ ବାଧା ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି । ଏନେଇ ଇଷ୍ଟକୋଷ୍ଟ ରେଳବାଇ ପକ୍ଷରୁ ନୟାଗଡ଼ ଜିଲାପାଳଙ୍କୁ ଲିଖିତ ଭାବେ ଅବଗତ କରାଯାଇ ସମସ୍ୟାର ସାମଧାନ କରାଯିବାକୁ ଦର୍ଶାଯାଇଛି । ସୂଚନାଯୋଗ୍ୟ ଯେ ପୂର୍ବରୁ ସେହି ଦଶପଲ୍ଲା ତହସିଲ ଅନ୍ତର୍ଗତ ଲୁଣିସରା, ସୋରଡ଼ା ଅଞ୍ଚଳରେ ଅନୁରୂପ ଭାବେ ଅଧିକ କ୍ଷତି ପୂରଣ ଦାବି କରି ଅଞ୍ଚଳବାସୀ ରେଳପଥ ନିର୍ମାଣ କାର୍ଯ୍ୟ ରେ ବାଧା ସୃଷ୍ଟି କରିଥିଲେ।ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୋଲିସ ଫୋର୍ସ ସହାୟତାରେ ରେଳପଥ ନିର୍ମାଣ କାର୍ଯ୍ୟ ଶେଷ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.
Prev Post