କାଶୀପୁର ରୁ ବୈକୁଣ୍ଠ ଦୁରିଆ: ଗ୍ରାମାଞ୍ଚଳ କ୍ରୀଡା ଓ ସଂସ୍କୃତିର ବିକାଶ ସାଧନ ଏବଂ ଏହି ଅଞ୍ଚଳର ସ୍ଥାନୀୟ କ୍ରୀଡା ପ୍ରତିଭାମାନଙ୍କୁ ଉତ୍ସାହିତ କରିବା ସକାଶେ ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନା ଲିମିଟେଡ ପକ୍ଷରୁ ବ୍ଲକସ୍ତରୀୟ ଗ୍ରାମାଞ୍ଚଳ ଭଲିବଲ ଟୁର୍ଣ୍ଣାମେଣ୍ଟ ଯୋଗୀସନ୍ନ୍ୟାସୀ ଯୁବକ ସଂଘ, ଯୋଗିପରିତୁଣ୍ଡା ସହଯୋଗରେ ୨୦୨୩ ଫେବୃଆରୀ ୨୪ରୁ ୨୭ ତାରିଖ ପର୍ଯ୍ୟନ୍ତ ଯୋଗିପରିତୁଣ୍ଡା ଗ୍ରାମରେ ଆୟୋଜନ କରାଯାଇଥିଲା । କାଶିପୁର ବ୍ଲକର ଖଣି ପାରିପାଶ୍ୱର୍ିକ ଅଞ୍ଚଳର ଗ୍ରାମଗୁଡିକରୁ ମୋଟ ୧୬ଟି ଟିମ୍ ଏହି ଟୁର୍ଣ୍ଣମେଣ୍ଟରେ ଅଂଶଗ୍ରହଣ କରିଥିଲେ ।
ଏହି ଟୁର୍ଣ୍ଣାମେଣ୍ଟକୁ ଶ୍ରୀ ଶେକ୍ ଆଲିନୁର, ଜିଲ୍ଲା କ୍ରୀଡା ଅଧିକାରୀ ରାୟଗଡା ଏବଂ ଡଃ.ଲୋପାମୁଦ୍ରା ପ୍ରିୟଦର୍ଶିନୀ, ହେଡ୍-ସିଏସ୍ଆର, ସିଆର ଆଣ୍ଡ୍ ସଷ୍ଟେନେବିଲିଟି, ଲ୍ୟାଣ୍ଡ ଆଣ୍ଡ ଆର୍ ଆଣ୍ଡ ଆର୍ ମିଳିତ ଭାବରେ ୨୦୨୩ ଫେବୃଆରୀ ୨୪ ତାରିଖରେ ଉତ୍କଳ ଆଲୁମିନାର ସିଏସ୍ଆର ଅଧିକାରୀମାନଙ୍କ ଉପସ୍ଥିତିରେ ଉଦ୍ଘାଟନ କରିଥିଲେ ।
ଟୁର୍ଣ୍ଣାମେଣ୍ଟର ଉତ୍କଣ୍ଠାପୂର୍ଣ୍ଣ ଫାଇନାଲ ମ୍ୟାଚ କୋଡିପାରି ଏବଂ ଅଣ୍ଡିରାକଞ୍ଚ ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ କୋଡିପାରି ଚମ୍ପିଆନ୍ ଟ୍ରଫି ବିଜେତା ହୋଇଥିବାବେଳେ ଅଣ୍ଡିରାକଞ୍ଚ ରନର୍ସ ଅପ୍ ହୋଇଥିଲା ।
ବିଶିଷ୍ଟ ଅତିଥିଗଣ ଶ୍ରୀ ଦୟାନିଧି ବାଘ୍, ପିଡି ୱାଟରସେଡ, ଶ୍ରୀ ପୱନ ସିଂ, ଜିଏମ୍ ସିକ୍ୟୁରିଟି ଏବଂ ଡଃ. ଲୋପାମୁଦ୍ରା ପ୍ରିୟଦର୍ଶିନୀ, ହେଡ୍-ସିଏସଆର, ସିଆର ଆଣ୍ଡ ସଷ୍ଟେନେବିଲିଟି ଉଦ୍ଯାପନୀ ଉତ୍ସବରେ ଯୋଗଦେଇ କ୍ରୀଡା ପ୍ରତିଭାମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କ ପ୍ରଦର୍ଶନ ନିମନ୍ତେ ସେମାନଙ୍କୁ ପୁରସ୍କୃତ କରିଥିଲେ ।
ଉଭୟ ବିଜେତା ଏବଂ ରନର୍ସ ଅପ୍ ଦଳକୁ ନଗଦ ଅର୍ଥ ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିବା ସମସ୍ତ ଦଳକୁ ଭଲିବଲ୍ ଏବଂ ଭଲିନେଟ୍ ପ୍ରଶସ୍ତି ସ୍ୱରୂପ ପ୍ରଦାନ କରାଯାଇଥିଲା ।
ଶ୍ରୀ ଶେକ୍ ଆଲିନୁର, ଜିଲ୍ଲା କ୍ରୀଡା ଅଧିକାରୀ, ରାୟଗଡା ଆଦିବାସୀବହୁଳ ଅଞ୍ଚଳରେ କ୍ରୀଡା ପ୍ରତିଭାମାନଙ୍କୁ ଚିହ୍ନଟ କରି ସେମାନଙ୍କର ପରିପୋଷଣ କରିବା ନିମନ୍ତେ ଏକ କ୍ରୀଡା ବାତାବରଣକୁ ପ୍ରୋତ୍ସାହିତ କରିବା ଦିଗରେ ଉତ୍କଳ ଆଲୁମିନାର ପ୍ରୟାସକୁ ପ୍ରଶଂସା କରିଥିଲେ ।
ଶ୍ରୀ ମଜହର ବେଗ୍, ୟୁନିଟ ହେଡ୍ ଏବଂ ପ୍ରେସିଡେଣ୍ଟ ବିଜେତା ଦଳ ଏବଂ ସମସ୍ତ ଅଂଶଗ୍ରହଣକାରୀ ଦଳକୁ ଏହି ଟୁର୍ଣ୍ଣାମେଣ୍ଟକୁ ବିପୁଳ ସଫଳ କରାଇବା ନିମନ୍ତେ ପ୍ରଶଂସା କରିଥିଲେ । ଏହି ଆଦିବାସୀବହୁଳ ଅଭ୍ୟନ୍ତର ଅଞ୍ଚଳରେ ଗ୍ରାମାଞ୍ଚଳ କ୍ରୀଡା ଓ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ସକାଶେ ଆମେ ପ୍ରତିଶୃତିବଦ୍ଧ ବୋଲି ସେ ଉଲ୍ଲେଖ କରିଥିଲେ । ସେ ଆଉ ମଧ୍ୟ କହିଥିଲେ ଯେ ଏହି ଅଞ୍ଚଳର ସ୍ଥାନୀୟ କ୍ରୀଡା ପ୍ରତିଭାମାନଙ୍କୁ ଖୋଜି ସେମାନଙ୍କୁ ରାଜ୍ୟ ଓ ଜାତୀୟ ସ୍ତରର କ୍ରୀଡା ମଞ୍ଚରେ ଅଂଶଗ୍ରହଣ କରିବାକୁ ପ୍ରୋତ୍ସାହିତ କରାଯିବ ।
ଏହି କାର୍ଯ୍ୟକ୍ରମ ବିପୁଳ ସଫଳତା ହାସଲ କରିବା ସହିତ ଜନସାଧାରଣଙ୍କ ନିକଟରୁ ଏଥିପ୍ରତି ଦୃଢ ସମର୍ଥନ ଓ ପ୍ରଶଂସା ମିଳିଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଉତ୍କଳ ଆଲୁମିନାର ସିଏସ୍ଆର ଟିମ୍ ପରିଚାଳନା କରିଥିଲେ ।
ଏକ ଦାୟିତ୍ୱସମ୍ପନ୍ନ କର୍ପୋରେଟ ସଂସ୍ଥା ଭାବରେ ୟୁଏଆଇଏଲ୍ ପାରିପାଶ୍ୱର୍ିକ ଗ୍ରାମଗୁଡିକରେ ଶିକ୍ଷା, ସ୍ୱାସ୍ଥ୍ୟ, ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ ଏବଂ ଗ୍ରାମାଞ୍ଚଳ ଭିତ୍ତିଭୂମି ସହିତ ସାମାଜିକ ସମସ୍ୟାଗୁଡିକର ସମାଧାନ କ୍ଷେତ୍ରରେ ନିଜର ସିଏସ୍ଆର କାର୍ଯ୍ୟକ୍ରମଗୁଡିକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ନିବିଡ ଭାବରେ ନିୟୋଜିତ ରହିଛି ।
Sign in
Sign in
Recover your password.
A password will be e-mailed to you.