ବାଲେଶ୍ଵର: ଭାରତୀୟ ଜନତା ପାର୍ଟି ରେ ପ୍ରାର୍ଥୀ ମାନଙ୍କୁ ଜିତାଇଥିଲୁ, ହେଲେ ନିର୍ବାଚିତ ହେଲା ପରେ ନେତା ଆମ ଦୁଃଖ ଶୁଣୁ ନାହାନ୍ତି, ତେଣୁ ସର୍ବ ପୁରାତନ କଂଗ୍ରେସ ଦଳ କୁ ଆସିଛୁ.। ଏକଥା କହିଛନ୍ତି ଗୋପୀନାଥପୁର ପଞ୍ଚାୟତ ର ଶତାଧିକ ସାଧାରଣ ଲୋକ ଓ ସାଧୁ ସନ୍ଥ ମାନେ।
ଆଜି କଂଗ୍ରେସ ଭବନ ରେ ଆୟୋଜିତ ମିଶ୍ରଣ ପର୍ବ ଅବସର ରେ ସାଧୁ ସନ୍ଥ ଓ ପଞ୍ଚାୟତ ର ବହୁ ଯୁବ ଓ ମହିଳା ମାନେ ଏ କଥା କହି ଦୁଃଖ ପ୍ରକାଶ କରିଛନ୍ତି।
ଟାଉନ କଂଗ୍ରେସ ସଭାପତି ଅନୁପ ସ୍ୱାଇଁଙ୍କ ପୌରହିତ୍ୟ ରେ ଆୟୋଜିତ ମିଶ୍ରଣ ପର୍ବ ରେ ପି ସି ସି ସାଧାରଣ ସମ୍ପାଦକ ସଂଜୀବ ଗିରି କଂଗ୍ରେସ ଦଳ ଓ ଯୁବ ନେତା ସରୋଜ ଲେଙ୍କା ଙ୍କ ନେତୃତ୍ୱ ଉପରେ ଭରସା କରି ଗୋପୀନାଥପୁର ପଞ୍ଚାୟତ ର ଜନ ସାଧାରଣ ଦଳ ପାଇଁ କାମ କରିବାକୁ ପରାମର୍ଶ ଦେଇଛନ୍ତି। ଯୁବ ନେତା ତଥା ଜିଲ୍ଲା ଉପସଭାପତି ସରୋଜ ଲେଙ୍କା ଗୋପୀନାଥପୁର ରେ ଦଳ କୁ ସୁଦୃଢ କରିବାରେ ସଭିଏଁ ମନ ପ୍ରାଣ ଦେଇ କାମ କଲେ ଏହି ବାଘ ସମସ୍ତଙ୍କୁ ସବୁ ଭଲ କାମ ରେ ନ୍ୟାୟ ପାଇଁ ନିଆଁ କୁ ଡେଇଁ ପଡିବ ବୋଲି ଘୋଷଣା କରିଥିଲେ।
ବରିଷ୍ଠ କାଉନସିଲର ପଦ୍ମ ଲୋଚନ ଲେଙ୍କା, ସଂଖ୍ୟାଲଘୁ ସେଲ ଜିଲ୍ଲା ସଭାପତି ଶେଖ ଅଜଗର,ପଚିଶ ନଂ ଜୋନ ସଭାପତି ଅନନ୍ତ ମହାପାତ୍ର, ଜିଲ୍ଲା ସମ୍ପାଦିକା ସାଇବା ଅଖତର, ସମ୍ପାଦକ ଶେଖ ନିଜାମ, ଭୀମ କାନ୍ତ ତରେଇ, ଅଜିତ ବେହେରା, ଶେଖ ସାମସୁଦ୍ଦିନ ହର୍ଷ ଖଣ୍ଡଲୱାଲ ପ୍ରମୁଖ ଉପସ୍ଥିତ ରହିଥିଲେ। ମଞ୍ଚ ଆବାହନ ଓ ଧନ୍ୟବାଦ ଦେଇଥିଲେ ଜିଲ୍ଲା କଂଗ୍ରେସ ସେବାଦଳ ର ସଭାପତି ବିଦ୍ୟଧର ମହାନ୍ତି।
Sign in
Sign in
Recover your password.
A password will be e-mailed to you.