ଭୁବନେଶ୍ୱର, ୨୩ /୦୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଏନ୍ଏସ୍ଏସ୍ ଶାଖା ପକ୍ଷରୁ ଯୁବ ସ୍ୱେଚ୍ଛାସେବୀ ଙ୍କ ନିମନ୍ତେ ଏକ ୩ ଦିନିଆ ବିଶ୍ୱବିଦ୍ୟାଳୟ ସ୍ତରୀୟ ଯୁବ ନେତୃତ୍ୱ ପ୍ରଶିକ୍ଷଣ ଶିବିର ଗୁରୁବାର ଉଦ୍ଘାଟିତ ହୋଇଯାଇଛି ।
ସୋଆ କ୍ୟାମ୍ଫସ୍ -୪ର ଅଡିଟୋରିୟମ୍ ରେ ଆୟୋଜିତ ଏହି ୩ ଦିନିଆ ଶିବିର ରେ ପ୍ରାୟ ୨୦୦ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ଓ ପ୍ରୋଗ୍ରାମ ଅଫିସର ଯୋଗ ଦେଇଛନ୍ତି ।
କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବରେ ସୋଆ କୁଳପତି ପ୍ରଫେସର ବିଜୟ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ସଂପର୍କ ରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ ଓ ନେତୃତ୍ୱ ର ବିଭିନ୍ନ ପରିଭାଷା ସଂପର୍କରେ ବକ୍ତବ୍ୟ ରଖିଥିଲେ ।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଉଚ୍ଚ ଶିକ୍ଷା ବିଭାଗ ର ଯୁଗ୍ମ ସଚିବ ତଥା ଏନ୍ଏସ୍ଏସ୍ର ରାଜ୍ୟ ସଂଯୋଜକ ଡକ୍ଟର ରମେଶ ଚନ୍ଦ୍ର ବେହେରା ସ୍ୱେଚ୍ଛାସେବୀ ମାନଙ୍କୁ ଜୀବନରେ ଶୃଙ୍ଖଳିତ ହେବା ସହିତ ବିଭିନ୍ନ ସମସ୍ୟାକୁ କିପରି ଧୈର୍ଯ୍ୟର ସହିତ ସାମ୍ନା କରିବା ଆବଶ୍ୟକ ସେ ବିଷୟରେ କହିଥିଲେ ।
କାର୍ଯ୍ୟକ୍ରମରେ ଏନ୍ଏସ୍ଏସ୍ର ଆଂଚଳିକ ନିର୍ଦ୍ଦେଶିକା ସୁଶ୍ରୀ ସରିତା ପଟେଲ୍ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସଂଗଠନର ଲକ୍ଷ୍ୟ ବିଷୟରେ ଆଲୋଚନା କରିଥିବାବେଳେ ସ୍ୱେଚ୍ଛାସେବୀ ମାନଙ୍କୁ ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ତଥା ଜଣେ ଭଲ ନେତା ହେବା ପାଇଁ କେଉଁ ସବୁ ଗୁଣବତା ରହିବା ଜରୁରୀ ସେ ବିଷୟରେ କହିଥିଲେ ।
ଏହି ଅବସରରେ ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ଏନ୍ଏସ୍ଏସ୍ ପ୍ରୋଗ୍ରାମ କୋଅର୍ଡିନେଟର ତଥା ସୋଆର ୟୁନିଭର୍ସିଟି ଆଉଟରିଚ୍ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ଶିବିର ସମ୍ପର୍କରେ ବିସ୍ତୃତ ବିବରଣୀ ଦେଇଥିଲେ । ପ୍ରୋଗ୍ରାମ ଅଫିସର ପ୍ରଫେସର ସରୋଜ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.