ନୟାଗଡ଼: ମଡେଲ ଡିଗ୍ରୀ କଲେଜ, ନୟାଗଡ଼ରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରାଯାଇଥିଲା। ଯୁବ ରେଡ଼କ୍ରସ ଅଧିକାରୀ ଡ଼ ଜୟରାମ ସିଂ ସାମଲ ଓ ମିସ ବିଜୟିନୀ ସୁଭଦର୍ଶିନୀଙ୍କ ତତ୍ୱବଧାନରେ ଅନୁଷ୍ଠିତ ଏହି ଚକ୍ଷୁ ଚିକିତ୍ସା ଶିବିରରେ ନୟାଗଡ଼ର ବିଶିଷ୍ଟ ଚକ୍ଷୁ ବିଶେଷଜ୍ଞ ଡ଼.ଅରବିନ୍ଦ ଦାସ ଯୋଗଦାନ କରି ଦୁଇଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା ଏବଂ ଚିକିତ୍ସା କରିଥିଲେ। ଏଥିରେ ସ୍ବେଚ୍ଛାସେବୀ ସ୍ବାସ୍ଥ୍ୟ ସହାୟକ ଭାବେ ପ୍ରଦୀପ୍ତ କୁମାର ପାତ୍ର ଡ଼ ଦାସଙ୍କୁ ସହଯୋଗ କରିଥିଲେ। ଚକ୍ଷୁ ଚିକିତ୍ସା ଶିବିରକୁ ଡିଗ୍ରୀ କଲେଜର ଅଧ୍ୟକ୍ଷ ଡ଼ ନାରାୟଣ ସୁରଜିତ ବେହେରା ଉଦଘାଟନ କରିଥିବା ବେଳେ ଅଧ୍ୟାପକ ଡ଼ ମାନସ ରଞ୍ଜନ ଶତପଥୀ,ଗୌରମୋହନ ସାହୁ,ଡ଼ ଜ୍ୟୋତ୍ସ୍ନାରାଣୀ କର,ସୁନୀଲ କୁମାର ମଲ୍ଲିକ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.