କାମାକ୍ଷାନଗର -ଦୀର୍ଘ ଦିନ ଧରି ଆଠ ହଜାର ରୁ ଉର୍ଦ୍ଧ ସେବାରତ ଡିପ୍ଲୋମା ଇଞ୍ଜିନିୟର ମାନେ ସେମାନଙ୍କ ବିଭିନ୍ନ ଦାବି ସରକାର ଙ୍କ ନିକଟରେ, ମୁଖ୍ୟ ଶାସନ ସଚିବ, ବିଭାଗୀୟ ମନ୍ତ୍ରୀ ତଥା ମୂଖ୍ୟମନ୍ତ୍ରୀ ଙ୍କୁ ନିଜର ସମସ୍ୟା ମାନ ଉପସ୍ଥାପିତ କରି ଆସୁଛନ୍ତି। ଡିପ୍ଲୋମା ଇଞ୍ଜିନିୟର ମାନଙ୍କ ୨୦୧୮ ରୁ ସମୂହ ଛୁଟି ଆନ୍ଦୋଳନ ଓ ରଜ୍ୟ ସରକାର ଙ୍କ ପ୍ରତିଶୃତି ମୁତାବକ ଅନେକ ଦାବି ଆଜି ପର୍ଯ୍ୟନ୍ତ ପୂରଣ ହୋଇପାରିନାହିଁ। ସେହି ଦାବି ଗୁଡ଼ିକ ମଧ୍ୟ ରେ ଗୋଟିଏ ପ୍ରମୁଖ ଦାବି ହେଲା ଡିପ୍ଲୋମା ଇଞ୍ଜିନିୟର ମାନଙ୍କ କ୍ଷେତ୍ର ରେ ଠିକା ନିଯୁକ୍ତି ବନ୍ଦ କରାଯାଉ। ଏହି ଦାବି କୁ ସରକାର ଏବେ ୨୦୧୩ ପରଠାରୁ ନିଯୁକ୍ତ ସମସ୍ତ ବର୍ଗ ର କର୍ମଚାରୀ ଙ୍କ ପାଇଁ ପୂରଣ କରିଛନ୍ତିଓ ଗତ ଅକ୍ଟୋବର ୧୬ ତାରିଖ ରେ ସାଧାରଣ ପ୍ରଶାସନ ବିଭାଗ ତାର ଆଦେଶ ନାମା ଜାରି କରିଛନ୍ତି। ଏଥି ପାଇଁ ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟରିଂ ସେବା ସଂଘ ରାଜ୍ୟ ସରକାର ଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଅପର ପକ୍ଷରେ ସରକାର ଭୁଲି ଯାଇଛନ୍ତି ଯେ ୨୦୦୩ ମସିହାରେ ରେ ଯେତେବେଳେ ସରକାର ଙ୍କ ନିକଟ ରେ ଡିଏଫ୍ ଆଇ ଡି ର କଟକଣା ଥିଲା , ମାତ୍ର ରାଜ୍ୟ ର ବିକାଶ ଧାରା କୁ ଜାରି ରଖିବା ନିମନ୍ତେ ସେତେବେଳେ ସରକାର ଙ୍କ ଦ୍ଵାରା ଡିପ୍ଲୋମା ଇଞ୍ଜିନିୟର ମାନଙ୍କୁ ବିଭିନ୍ନ ବିଭାଗ ରେ ମାସିକ ମାତ୍ର ୪୦୦୦/- ଟଙ୍କା ରେ ଚୁକ୍ତି ଭିତ୍ତିକ ଚାକିରି ପ୍ରଦାନ କରଯାଇଥିଲା। ସରକାର ଙ୍କ ୨୦୨୨ ଠିକା ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ରେ ୨୦୦୩ ରୁ ନିଯୁକ୍ତି ଠିକା କର୍ମଚାରୀମାନେ ବାଦ୍ ପଡିଛନ୍ତି। ଏହା ଦ୍ୱାରା ବରିଷ୍ଠ ଓ କନିଷ୍ଠ ମଧ୍ୟ ରେ ବେତନ ହାର ଓ ସାମାଜିକ ପ୍ରତିଷ୍ଠା ରେ ମଧ୍ୟ ଅସନ୍ତୁଳନ ଘଟିବାକୁ ଯାଉଛି। ଯାହାକି ରାଜ୍ୟ ସରକାର ଙ୍କ ୫- ଟି ଅନୁକୂଳ ବିକାଶ ଧାରା ରେ ପ୍ରଭାଵ ପକାଇବ ଏହା ନିଃସନ୍ଦେହ। ସଂଘ ର ନିବେଦନ ସରକାର ଏଥି ପ୍ରତି ବିଶେଷ ଧ୍ୟାନ ଦେଇ ତୁରନ୍ତ ୨୦୦୩ ରୁ ଠିକା ରେ ନିଯୁକ୍ତ ସମସ୍ତ ଡିପ୍ଲୋମା ଇଞ୍ଜିନିୟର ମାନଙ୍କୁ “୨୦୨୨ ଠିକା ନିଯୁକ୍ତ ଉଚ୍ଛେଦ ନିୟମ”ଲାଗୁ କରି ସମାନ ନ୍ୟାୟ ପ୍ରଦାନ କରନ୍ତୁ।
ଏତଦଭିନ୍ନ ସରକାର ଙ୍କ ନିକଟରେ ଡିପ୍ଲୋମା ଇଞ୍ଜିନିୟର ସେବା ସଂଘ ର ନିମ୍ନ ଦାବି ଗୁଡ଼ିକ ଦୀର୍ଘ ଦିନ ଧରି ଉପସ୍ଥାପିତ ହୋଇଥିଲେ ମଧ୍ୟ ସେଥିରେ କୌଣସି ଫଳପ୍ରଦ ନିଷ୍ପତ୍ତି ହୋଇନାହିଁ। ଯାହା ସାରା ରାଜ୍ଯ ର କାର୍ଯ୍ୟରତ ଡିପ୍ଲୋମା ଇଞ୍ଜିନିୟର ମାନଙ୍କୁ ହତଉତ୍ସାହିତ କରିଛି ଓ ସ୍ୱର ଉତ୍ତୋଳନ କରିବା ନିମନ୍ତେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି କରିଛି। ସେହି ଦାବି ଗୁଡ଼ିକ ହେଲା – ୧ ରାଜ୍ୟ ର ସବୁ ବର୍ଗ ର କର୍ମଚାରୀ ଙ୍କୁ ପୁରୁଣା ପେନସନ ଯୋଜନା ରେ ଅନ୍ତର୍ଭୁକ୍ତ କରିବା।
୨- ସମସ୍ତ ଇଞ୍ଜିନୟରିଙ୍ଗ୍ ବିଭାଗ ରେ ନିଯୁକ୍ତ ଡିପ୍ଲୋମା ଇଞ୍ଜିନିୟର ଏକକ କ୍ୟାଡ଼ର ରୁଲ୍ ( ସମାନ ଚାକିରି ର ସର୍ତ୍ତାବଳୀ) ର ପ୍ରଚଳନ।
୩-ସରକାରୀ ଯନ୍ତ୍ରୀ ରୁ ସରକାରୀ ନିର୍ବାହୀ ଯନ୍ତ୍ରୀ ପଦବୀ କୁ ପଦୋନ୍ନତି କ୍ଷେତ୍ର ରେ ପ୍ରଚଳିତ ହାର ଶତକଡା ୪୦ ରୁ ୫୦ ଭାଗ କୁ ବୃଦ୍ଧି।
ଏହି ଦାବୀ ନେଇ ଆଜି ଖଣି ଇସ୍ପାତ୍ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ଓ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଜ୍ୟୋତି ଶଙ୍କର ସାହୁ ଙ୍କ ନିକଟ ରେ ଦାବି ରଖିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post