ପାରଳାଖେମୁଣ୍ଡି / ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତା ଏବଂ ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ବାତୀ ଏସ୍. କୁମାର ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡାଙ୍କ ଉପସ୍ଥିତିରେ ଗଜପତି ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ ଘୋଷଣା କରାଯାଇଛି।
ଆଜି ସୁଦ୍ଧା ଜିଲ୍ଲାର ଗ୍ରାମାଞ୍ଚଳରେ ଥିବା ୧୪୯ ଟି ଗ୍ରାମ ପଞ୍ଚାୟତ , ୧୫୩୪ ଟି ରାଜସ୍ବ ଗ୍ରାମ , ୧୭୬ ଟି ପଡ଼ାକୁ ବାଲ୍ୟବିବାହ ମୁକ୍ତ ଘୋଷଣା କରିବା ସହ ଜିଲ୍ଲାରେ ଥିବା ପାରଳାଖେମୁଣ୍ଡି ପୌରପାଳିକାର ୧୬ ଗୋଟି ୱାର୍ଡ଼ ଏବଂ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ୧୩ ଗୋଟି ୱାର୍ଡ଼କୁ ମଧ୍ୟ ବାଲ୍ୟବିବାହ ମୁକ୍ତ ଘୋଷଣା କରାଯାଇଛି।
ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରଶାସନ ପ୍ରାୟ ଦେଢ଼ବର୍ଷ ତଳେ ହାତକୁ ନେଇଥିଲା ଯାହାକି ୭ ଟି ପର୍ଯ୍ୟାୟରେ ଯଥା ୭ଟି ଜିଲ୍ଲା ସ୍ତରୀୟ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ହୋଇଥିବା ନିଷ୍ପତ୍ତି କ୍ରମେ ଜିଲ୍ଲାରେ ଥିବା ସମସ୍ତ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳକୁ ବାଲ୍ୟବିବାହ ମୁକ୍ତ ଘୋଷଣା କରାଯାଇଛି।
ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ କରିବାରେ ଜିଲ୍ଲା ପ୍ରଶାସନ ତରଫରୁ ନେଇଥିବା ପ୍ରମୁଖ କାର୍ଯ୍ୟ ଗୁଡିକ ହେଲା (୧).ଜିଲ୍ଲାର ନିର୍ଦ୍ଧିଷ୍ଟ କାର୍ଯ୍ୟକ୍ରମ ପ୍ରତିଜ୍ଞା ଦ୍ବାରା ଝିଅ ମାନଙ୍କୁ ବାଲ୍ୟବିବାହ ପରି କୁପ୍ରଥାକୁ ଦୁରେଇବା।
(୨).ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ବୈଠକ ନିୟମିତ କରିବା।
(୩).ପଞ୍ଚାୟତ ରାଜ ଅନୁଷ୍ଠାନର ପ୍ରତିନିଧି ମାନଙ୍କୁ ଏହି କାର୍ଯ୍ୟରେ ଅନ୍ତର୍ଭୁକ୍ତ କରିବା।
(୪). ଜିଲ୍ଲାରେ ବସବାସ କରୁଥିବା ବିଭିନ୍ନ ଧର୍ମ , ଜାତି ଏବଂ ସମାଜର ନେତୃବୃନ୍ଦଙ୍କୁ ବାଲ୍ୟବିବାହକୁ ଦୂର କରିବା ପାଇଁ ପ୍ରବର୍ତ୍ତାଇବା।
(୫).ବିଭିନ୍ନ କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ବାଲ୍ୟବିବାହ ବିରୁଦ୍ଧରେ ଶପଥ ପାଠ କରାଇବା।
(୬) .ବାଲ୍ୟ ବିବାହ ବିରୁଦ୍ଧରେ କାର୍ଯ୍ୟ କରୁଥିବା ବିଭିନ୍ନ ଅନୁଷ୍ଠାନର ବ୍ୟକ୍ତି ବିଶେଷଙ୍କୁ ପୁରସ୍କୃତ କରିବା।
ଆଜି ସପ୍ତମ ପର୍ଯ୍ୟାୟରେ ପାରଳାଖେମୁଣ୍ଡି ମ୍ୟୁନିସିପାଲିଟିକୁ ବାଲ୍ୟବିବାହ ମୁକ୍ତ ଅଞ୍ଚଳ ଘୋଷଣା କରାଯାଇଥିଲା।
ଜିଲ୍ଲାକୁ ବାଲ୍ୟବିବାହରୁ ଦୁରେଇ ରଖିବା ପାଇଁ ସପ୍ତମ ପର୍ଯ୍ୟାୟ ବୈଠକରେ ନିମ୍ନଲିଖିତ Follow up କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ସ୍ଥିର କରାଯାଇଛି।
(୧).ସଚେତନତା କାର୍ଯ୍ୟକ୍ରମ ଜାରି ରଖିବା।
(୨).ଆଦ୍ବିକା କାର୍ଯ୍ୟକ୍ରମକୁ ପ୍ରାପ୍ତବୟସ୍କ ଝିଅ ମାନଙ୍କ ପାଖରେ ପହଞ୍ଚାଇବା।
(୩).ବାହାଘର ଠିକ୍ ହେବା ପୂର୍ବରୁ ଖବର ସଂଗ୍ରହ କରିବା।
(୪).ଅଙ୍ଗନୱାଡ଼ି କେନ୍ଦ୍ରରେ ଝିଅ ମାନଙ୍କର ବୟସ ଗଣତି କରିବା।
Sign in
Sign in
Recover your password.
A password will be e-mailed to you.
Next Post