ପାରଳଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ରାଜ୍ୟ ସ୍ତରୀୟ ଶ୍ୟାମସୁନ୍ଦର ରାଜଗୁରୁ ଜୟନ୍ତୀ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଉତ୍କଳ ହିତୈଷିଣୀ ସମାଜ ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି।
ସାହିତ୍ୟ ଏକାଡେମୀ ଗଜପତି ଜିଲ୍ଲା ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାରସ୍ବତ ସମାରୋହରେ ମୁଖ୍ୟଅତିଥି ଭାବେ ଉପଜିଲ୍ଲପାଳ ଆଲୋକ କୁମାର ପ୍ରଧାନ , ମୁଖ୍ୟବକ୍ତା ରୂପେ ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ସମ୍ମାନନୀୟ ବକ୍ତା ଡ.ଶଶିକାନ୍ତ ମହାପାତ୍ର , ଅନ୍ୟତମ ସମ୍ମାନନୀୟ ଅତିଥି ଭାବେ ଡ. ଅଜୟ କୁମାର ତ୍ରିପାଠୀ ଯୋଗ ଦେଇ ଓଡ଼ିଆ ଭାଷା , ସାହିତ୍ୟ , ପ୍ରବନ୍ଧ , ସମାଲୋଚନା ଓ ଗବେଷଣାର ଏକନିଷ୍ଟ ସାଧକ ଶ୍ୟାମସୁନ୍ଦର ରାଜଗୁରୁଙ୍କ ୧୫୮ତମ ଜୟନ୍ତୀର ତାପର୍ୟ୍ଯ ଅତିଥି ମାନେ ପ୍ରଞ୍ଜଳ ଭାବେ ବୁଝାଇଥିଲେ।
ଏହି ଅବସରରେ ସିଦ୍ଧାନ୍ତ ପତ୍ରିକା ତରଫରୁ ଡ.ଅଜୟ କୁମାର ତ୍ରିପାଠୀଙ୍କୁ ସିଦ୍ଧାନ୍ତ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା।
ପ୍ରାରମ୍ଭରେ ଉତ୍କଳ ହିତୈଷିଣୀର କଣ୍ଠଶିଳ୍ପୀଙ୍କ ଦ୍ବାରା ପ୍ରାରମ୍ଭିକ ସଙ୍ଗୀତ ଗୁରୁ କୈଳାଶ ଚନ୍ଦ୍ର ପଟନାୟକଙ୍କ ନିର୍ଦ୍ଦେଶନାରେ ହୋଇଥିଲା। ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ସ୍ୱାଗତ ସମ୍ଭାଷଣ ଦେଇଥିବା ବେଳେ ଅଧ୍ୟାପକ ସୌଦାଗର ସିଅ ପରିଚୟ ପ୍ରଦାନ ଏବଂ ଭାଗବତ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।
ମୁରଲୀଧର ପରିଚ୍ଛା , ନିବେଦିତା ପଟ୍ଟନାୟକ , ତ୍ରିପତି ପ୍ରସାଦ ପଣ୍ଡା , ରାଜେଶ୍ୱରୀ ସ୍ୱାଇଁ ,ପାୟଲ ପାତ୍ର , ବିଷ୍ଣୁ ପ୍ରସାଦ ପଣ୍ଡା ପ୍ରଭୃତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.