ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଳକ ସଦଭାବନା ଗୃହ ଠାରେ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବ୍ଳକ ସ୍ତରୀୟ ଶିଶୁ ମଙ୍ଗଳ ଓ ସୁରକ୍ଷା କମିଟି ମିସନ ବାତ୍ସଲ୍ୟ ୨୦୨୩ ବୈଠକ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଜିଲ୍ଲା ଆନୁଷ୍ଠାନିକ ଯତ୍ନ ସୁରକ୍ଷା ଅଧିକାରୀ ସତ୍ୟରଞ୍ଜନ ଦାସ ଯୋଗଦେଇ ବାଲ୍ୟ ବିବାହର କୁ ପରିଣାମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଗ୍ରାମପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ଅଧ୍ୟକ୍ଷ ସମସ୍ତ ପଞ୍ଚାୟତର ସରପଞ୍ଚ ମାନେ ବୈଠକରେ ଅଂଶଗ୍ରହଣ କରିଥିବା ବେଳେ ଅତିରିକ୍ତ ବିଡ଼ିଓଙ୍କ କାର୍ଯ୍ୟାଳୟରେ ପ୍ରସ୍ତାବିତ ଦମ୍ପତିଙ୍କ ବିବାହ ପଞ୍ଜିକରଣ ପରେ ତାର ଏକ ନକଲ ପଞ୍ଚାୟତ କାର୍ଯ୍ୟାଳୟରେ ରହୁ ଏବଂ ପରେ ରିତୀନୀତି ଅନୁଯାୟୀ ବିବାହ କରାଯାଉ ବୋଲି ସରପଞ୍ଚ ମାନେ ମତ ରଖିଥିଲେ । ଏକବର୍ଷ ପୂର୍ବେ ନୟାଗଡ଼ ଜିଲ୍ଲାରେ ପ୍ରତି ୧ହଜାର ପୁଅରେ ୮୪୬ ଜଣ ଝିଅ ରହିଥିବା ବେଳେ ବର୍ତ୍ତମାନ ଝିଅଙ୍କ ସଂଖ୍ୟା ୭ଶହ ୯୪କୁ ଖସି ଆସିଛି । ସାମ୍ପ୍ରତିକ ସମୟରେ କନ୍ୟା ଶିଶୁ ମାନଙ୍କ ସୁରକ୍ଷା ଅତ୍ୟନ୍ତ ଜରୁରୀ ବୋଲି ବ୍ଳକ ଶିଶୁ ସୁରକ୍ଷା ଅଧିକାରୀ ଲହଡିମାଳା ପ୍ରଧାନ କରିଥିଲେ । ୧ବର୍ଷ ମଧ୍ୟରେ କୈାଣସି ବାଲ୍ୟ ବିବାହ ହୋଇନଥିବା ଗାଁକୁ ବାଲ୍ୟବିବାହ ମୁକ୍ତ ଘୋଷଣା କରିବା ପ୍ରକ୍ରିୟା ଆରମ୍ଭ କରିବାକୁ ନିଷ୍ପତ୍ତି ହେଇଥିଲା । କାର୍ଯ୍ୟକ୍ରମକୁ ଅଞ୍ଚଳ ପରିଦର୍ଶିକା ମାନେ ସଂଯୋଜନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.