ଜଗତସିଂହପୁର/ସୁମନ୍ତ କୁମାର ଦାସ: ପୁସ୍ତକ ମେଳାର ଚତୁର୍ଥ ସଂଧ୍ୟାରେ ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକ ମହେନ୍ଦ୍ର କୁମାର ଆଚାର୍ଯ୍ୟ”ପ୍ରିୟ ଲେଖକଙ୍କ ସହ ଦିନଟିଏ”କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରତ୍ୟେକ ବ୍ୟକ୍ତି ଭିତରେ ଲେଖାପ୍ରବଣତା ରହିଲେ ଓଡ଼ିଆ ସାହିତ୍ୟର ସମୃଦ୍ଧି ଘଟିବ ବୋଲି ଏହି ଅବସରରେ ଅତିଥି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଅତିଥି ଶ୍ରୀ ଆଚାର୍ଯ୍ୟ ତାଙ୍କ ସାହିତ୍ୟିକ ଜୀବନର ଅଭୁଲା ସ୍ମୃତି ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଉପସ୍ଥିତ ଦର୍ଶକ ମାନେ ଅତିଥିମାନଙ୍କୁ ତାଙ୍କ ସାହିତ୍ୟିକ କୃତ୍ତି ବିଷୟରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ଏହି କାର୍ଯ୍ୟକ୍ରମରେ ସାଂସ୍କୃତିକ ପରିଷଦର ଉପାଧ୍ୟକ୍ଷ ଗଣେଶ୍ୱର ମାଣିଆ ସଭାପତିତ୍ବ କରିଥିଲେ । ପୁସ୍ତକ ମେଳାର ଆଜିର ସଂଧ୍ୟା ପୂର୍ବତନ ଜିଲ୍ଲାପାଳ ତଥା ସାଂସ୍କୃତିକ ପରିଷଦର ପ୍ରତିଷ୍ଠାତା ଅଧ୍ୟକ୍ଷ ସର୍ବେଶ୍ଵର ମହାନ୍ତିଙ୍କୁ ଉତ୍ସର୍ଗ କରାଯାଇଥିଲା । ପରିଷଦର କାର୍ଯ୍ୟକାରୀ ସଦସ୍ୟ ମନୋଜ କୁମାର ଦାଶ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଏବଂ କାର୍ଯ୍ୟକାରୀ ସଦସ୍ୟା ସୁଷମା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ପରିଷଦ ପକ୍ଷରୁ ଅତିଥି ମାନଙ୍କୁ ସ୍ମୃତିଫଳକ ପ୍ରଦାନ କରାଯାଇଥିଲା । ଅପରାହ୍ନରେ କାଞ୍ଚନ ମୁରଲୀ ହୋଣ୍ଡା ପାୟୋଜିତ ପ୍ରମୋଦ ରଥ ସ୍ମାରକୀ କୁଇଜ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଶିଷ୍ଟ ସମାଜସେବୀ ଅଧ୍ୟାପକ ପ୍ରଦୀପ କୁମାର ଶତପଥୀ ଓ ପୌର ପରିଷଦର କନିଷ୍ଠ ଯନ୍ତ୍ରୀ ଇଂ ଦେବବ୍ରତ ମିଶ୍ର ଅତିଥି ଭାବେ ଉପସ୍ଥିତ ରହି ବିଜେତା ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । କୁଇଜ୍ କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ କୁମାର ଚୌଧୁରୀ ପରିଚାଳନା କରିଥିବାବେଳେ ସାମ୍ବାଦିକ ତନ୍ମୟ ପଣ୍ଡା ଓ ଅବିନାଶ ସ୍ବାଇଁ ସହଯୋଗ କରିଥିଲେ । ସେହିପରି ପୂର୍ବାହ୍ନରେ “ସୁନାଭଉଣୀ”ଶିଶୁ ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ସ୍ବର୍ଗତ ବିଜୟ ମହାପାତ୍ରଙ୍କ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା।ତୃତୀୟ ଦିବସରେ ମଧ୍ୟ ଝଙ୍କଡ଼ ସାହିତ୍ୟ ସଂସଦ ପକ୍ଷରୁ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଆଜିର କାର୍ଯ୍ୟକ୍ରମ ପରିଚାଳନାରେ ଜଗତସିଂହପୁର ସାଂସ୍କୃତିକ ପରିଷଦର କାର୍ଯ୍ୟକାରୀ ସଭାପତି ବିପ୍ଳବ ଚୌଧୁରୀ,କର୍ମକର୍ତ୍ତା ଉତ୍କଳ ରଞ୍ଜନ ମହାନ୍ତି,ଲାଲା ସଂଗ୍ରାମ କେଶରୀ ରାୟ,ଅମିତା ଦାସ,ସାରଦା ପ୍ରସାଦ ଦାସ,ବିଜୟ କୁମାର ରାଉତ, ପ୍ରଶାନ୍ତ କୁମାର ମହାପାତ୍ର,ନରେଶ ଦାସ, ସୁଧୀର କୁମାର ମହାନ୍ତି, ତିଳୋତ୍ତମା ଦାଶ, ବିଜୟଲକ୍ଷ୍ମୀ ମହାପାତ୍ର, କୃଷ୍ଣଚନ୍ଦ୍ର ପ୍ରଧାନ,ମାନସ କାନୁନଗୋ,ହରପ୍ରସନ୍ନା ରାଉତ, ବିଜୟଲକ୍ଷ୍ମୀ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post