ଛତୁଆ ବିକିବା ସମୟରେ ଧରା ପଡିଲେ ଦିଦି

0

ଉମରକୋଟ/ଜିତେନ୍ଦ୍ର ମହାନ୍ତି: ଛତୁଆ ବିକୁଥିଲେ ଅଙ୍ଗନୱାଡି ଦିଦି। ଧରି ଦେଲେ ଗ୍ରାମବାସୀ। ହଟହଟା ହେଲେ ଦିଦି। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ଅନ୍ତର୍ଗତ ସାନକୁମାରୀ ଗ୍ରାମରେ । ଘଟଣା ପ୍ରକାରେ, ଉମରକୋଟ ବ୍ଲକ୍ ଅନ୍ତର୍ଗତ ବଡକୁମାରୀ ପଞ୍ଚାୟତର ସାନକୁମାରୀ ଗ୍ରାମର ଅଙ୍ଗନୱାଡି ଦିଦି ନିରଞ୍ଜନୀ କଚ୍ଛପ ଖାଣ୍ଡା ଗ୍ରାମର ଜନୈକ ଯୁବକଙ୍କୁ ପିଲାଙ୍କୁ ଯୋଗାଇ ଦେବା ପାଇଁ ଆସିଥିବା ଛତୁଆକୁ ବିକ୍ରି କରୁଥିଲେ। ଏହି ସମୟରେ ତେବେ କୌଣସି ସୂତ୍ରରୁ ଖବର ପାଇ ଗ୍ରାମବାସୀ ଉକ୍ତ ଲୋକ ସହ ଅଙ୍ଗନୱାଡି ଦିଦିଙ୍କୁ ଘେରି ଯାଇଥିଲେ। ଧରା ପଡ଼ିବା ପରେ ଛତୁଆ କିଣିବା ପାଇଁ ଆସିଥିବା ଯୁବକ ଜଣକ କୌଶଳ କ୍ରମେ ଖସି ଯାଇଥିବା ବେଳେ ଅଙ୍ଗନୱାଡି ଦିଦିଙ୍କୁ ଅଟକ ରଖିଥିଲେ ଗ୍ରାମବାସୀ। ତାଙ୍କ ଠାରୁ ପ୍ରାୟ ୩୦ ପ୍ୟାକେଟ୍ ଛତୁଆ ଗ୍ରାମବାସୀ ଜବତ କରିଥିବା ଜଣାପଡିଛି।ତେବେ ଏନେଇ ଉମରକୋଟ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ସଂଯୁକ୍ତା ବେହେରାଙ୍କୁ ଯୋଗାଯୋଗ କରିବାରେ ସେ ଏନେଇ ତାଙ୍କ ପାଖରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ, ତେଣୁ ଏ ବିଷୟରେ ମୁଁ କିଛି ମନ୍ତବ୍ୟ ଦେଇ ପାରିବି ନାହିଁ ବୋଲି କହିଛନ୍ତି। ଅନ୍ୟ ପକ୍ଷରେ ଏଥି ପୂର୍ବରୁ ମଧ୍ୟ ଛତୁଆ ବିକ୍ରି ସମୟରେ ଗ୍ରାମବାସୀ ଏକାଧିକ ଥର ଅଙ୍ଗନୱାଡି ଦିଦିଙ୍କୁ ଧରିଥିବା ବେଳେ ତାଙ୍କ ସ୍ୱାଭାବରେ କୌଣସି ପରିବର୍ତ୍ତନ ଆସିନଥିବା ପ୍ରକାଶ କରିଛନ୍ତି ଗ୍ରାମବାସୀ।

Leave A Reply

Your email address will not be published.