ଦୁଇଦିନିଆ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ: ସ୍କୁଲ୍‌ ଶିକ୍ଷାର ସର୍ବାଙ୍ଗୀନ ବିକାଶ କରିବାକୁ ଆହ୍ୱାନ

0

ଆଗାମୀ ବର୍ଷେ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ଜିଲ୍ଲା, ବ୍ଲକ୍‌ ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର(ଶାସକ ପ୍ରଶାସକ):ସରକାରୀ ବିଦ୍ୟାଳୟରେ ପଢ଼ìଥିବା ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ ଶିକ୍ଷା ବିଭାଗକୁ ଅଧିକ ସୁବ୍ୟବସ୍ଥିତ କରିବାକୁ ଆହ୍ୱାନ ଦେଇଛନ୍ତି ଓଡ଼ିଶା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଶ୍ରାମତୀ ଆଶ୍ୱଥୀ ଏସ୍‌. । କୃଷି ଭବନ ସମ୍ମିଳନୀ କକ୍ଷରେ ବ୍ରହ୍ମପୁର ଜୋନ୍‌ର ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ ପାଇଁ ଆୟୋଜିତ ଦୁଇଦିନିଆ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିରର ଉଦ୍‌ଯାପନୀ ଦିବସରେ ଯୋଗଦେଇ ସେ ସରକାରୀ ବିଦ୍ୟାଳୟର ଶୈକ୍ଷିକ ପରିବେଶରେ ଉନ୍ନତି ଆଣିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଶିକ୍ଷଣ ଫଳାଫଳକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ନିୟମିତ ସ୍କୁଲ୍‌ ପରିଦର୍ଶନ କରିବାକୁ ସମସ୍ତ ବ୍ଲକ୍‌ ଓ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ କହିଥିଲେ । ସେହିଭଳି ଆଗାମୀ ଏକବର୍ଷ ପାଇଁ ନିଜ ନିଜ ଜିଲ୍ଲା ଓ ବ୍ଲକ୍‌ ପାଇଁ ସ୍ୱତନ୍ତ୍ର ବ୍ଲì ପ୍ରିଣ୍ଟ୍‌ ପ୍ରସ୍ତୁତ ସହ ଛାତ୍ରଛାତ୍ରୀଙ୍କର ସର୍ବାଙ୍ଗୀନ ବିକାଶ ଉପରେ ଦୃଷ୍ଟି ଦେବାକୁ ବିଭାଗୀୟ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ ।
ଓଡ଼ିଶାର ସରକାରୀ ବିଦ୍ୟାଳୟମାନଙ୍କରେ ଗୁଣାତ୍ମକ ଶିକ୍ଷାର ପ୍ରଚଳନ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସବୁପ୍ରକାର ପଦକ୍ଷେପ ହାତକୁ ନେଉଛି । ତୃଣମୂଳସ୍ତରରୁ ଆରମ୍ଭକରି ଉଚ୍ଚ ପଦାଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏ ଦିଗରେ ମିଳିତ ଭାବରେ କାର୍ଯ୍ୟ କରିବାକୁ ବିଭାଗୀୟ ବରିଷ୍ଠ ଅଧିକାରୀମାନେ କହିଥିଲେ । ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ପରିବର୍ତ୍ତନର ଏକ ଆହ୍ୱାନ ମଧ୍ୟଦେଇ ଗତିକରୁଛି । ଏଭଳି ସମୟରେ ଦୃଢ଼ ନେତୃତ୍ୱ ନେଇ କାମ କରିବାର ଆବଶ୍ୟକତା ରହିଛି । ଛାତ୍ରଛାତ୍ରୀଙ୍କ ନିକଟରେ ଯେପରି ଆବଶ୍ୟକ ସମସ୍ତ ସୁବିଧା ସୁଯୋଗ ପହଞ୍ଚିପାରିବ ସେଥିପାଇଁ ଅଧିକ ଯନିବାନ୍‌ ହେବାକୁ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ପର୍କରେ କହିବା ସହ ଶିକ୍ଷା ବ୍ୟବସ୍ଥାକୁ ଉତ୍କର୍ଷ କରିବାରେ ଏହି ପୁରସ୍କାରର ଭୂମିକା ଉପରେ ବକ୍ତବ୍ୟ ରଖିଥିଲେ । ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଦ୍ୱାରା ରାଜ୍ୟର ୫୦ ହଜାରରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ, ୧୫୦୦ ଶିକ୍ଷକ ଶିକ୍ଷୟିତ୍ରୀ, ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ, ବରିଷ୍ଠ ଶିକ୍ଷା ଅଧିକାରୀ, ପୁରାତନ ଛାତ୍ର ସଂଗଠନ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ, ସଦସ୍ୟା ଏବଂ ଗ୍ରାମ ପଞ୍ଚାୟତ ଉପକୃତ ହେବେ ।
‘ମୋ ସ୍କୁଲ୍‌ ଅଭିଯାନ’ର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀ ଅମରଜିତ ଜେନା ‘ମୋ ସ୍କୁଲ୍‌ ଅଭିଯାନ’ର ୫ବର୍ଷର କାର୍ଯ୍ୟଧାରା ଏବଂ ‘୫-ଟି ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମ’ ସମ୍ପର୍କରେ କହିବା ସହ ସ୍କୁଲ୍‌ ଶିକ୍ଷାର ବିକାଶରେ ‘ମୋ ସ୍କୁଲ୍‌’ର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ବ୍ଲକ୍‌ ଏବଂ ଜିଲ୍ଲାସ୍ତରରେ ‘ମୋ ସ୍କୁଲ୍‌ ଅଭିଯାନ’କୁ ଆହୁରି ତ୍ୱରାନ୍ୱିତ କରିବାକୁ ସେ କହିଥିଲେ । ରୂପାନ୍ତରିତ ବିଦ୍ୟାଳୟର ରକ୍ଷଣାବେକ୍ଷଣ ପାଇଁ ସ୍ୱଂୟ ସହାୟକ ଗୋଷ୍ଠୀର ନିୟୋଜନ ସମ୍ପର୍କରେ ମଧ୍ୟ ଏଠାରେ ଆଲୋଚନା କରାଯାଇଥିଲା । ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ବ୍ରହ୍ମପୁର ଜୋନ୍‌ର ୮ଟି ଜିଲ୍ଲାର ଜିଲ୍ଲା ଏବଂ ବ୍ଲକ୍‌ ଶିକ୍ଷାଧିକାରୀମାନେ ଯୋଗଦେଇଥିବାବେଳେ ଏଥିରେ ମାଧ୍ୟମିକ ଶିକ୍ଷା, ଧନ୍ଦାମୂଳକ ଶିକ୍ଷା, ପାଠ୍ୟପୁସ୍ତକ ବିତରଣ ଏବଂ ଏନ୍‌ଏଏସ୍‌ ପର୍ଫମାନ୍ସ, ଡିପିସି, ଆର୍ଥିକ ବ୍ୟୟବରାଦ ସମ୍ପର୍କରେ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ବିଭାଗୀୟ ଅତିରିକ୍ତ ସଚିବ ଶ୍ରୀମତୀ ଦିପ୍ତୀରାଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.