“ଖୁଡି ନମସ୍କାର” : ତାପରେ ବେକରୁ ସୁନା ଗହଣା ଛିଣ୍ଡାଇ ଛୁ

0

କାମାକ୍ଷାନଗରରେ କଳା ପଲସର ଆତଙ୍କ : ପୋଲିସ ପକ୍ଷ ରୁ କଡା ପାଟ୍ରୋଲିଂ ଦାବି 

କାମାକ୍ଷାନଗର( ରିତେଶ ବ୍ରହ୍ମା) କାମାକ୍ଷାନଗର ଥାନା କାନପୁରା ପଞ୍ଚାୟତ ଜିରିଡାମାଳି ତାରିଣୀ ମନ୍ଦିର ପଛ ପଟ ଆପାର୍ଟମେଣ୍ଟରେ ରହୁଥିବା । ଯମୁନା କୁଟ ଗ୍ରାମ ର ଲକ୍ଷ୍ମୀଧର ପୋଇ ଙ୍କ ସ୍ତ୍ରୀ ନମିତା ପୋଇ ଙ୍କ ବେକ ରୁ ସୁନା ଗହଣା ଲୁଟ୍ ହୋଇଥିବା ଥାନା ଲିଖିତ ଅଭି ଯୋଗ ହୋଇଛି। ଖବର ନେବାର ଜଣା ଯାଏ ଜେ ଲକ୍ଷ୍ମୀଧର ଭାରତୀୟ ସେନା ବାହିନି ରେ କାଯ୍ୟ କରୁଥିଲେ। ଅବସର ପରେ କାଳିଆ ପାଣି ମାଇନ୍ସ ରେ ଗ୍ରୃପଫୋର ରେ ଚାକିରି କରିଛନ୍ତି। ଘରେ ଲକ୍ଷ୍ମୀଧର ନଥିବା ଖବର ନେଇ ଜଣେ ଅଜଣା ବ୍ୟକ୍ତି କଳା ପଲସର୍ ମଟର ସାଇକେଲ୍ ଆସି ଲକ୍ଷ୍ମୀଧରଙ୍କ ସ୍ତ୍ରୀ ନମିତା କୁ ଖୁଡି ବୋଲି ସମ୍ବୋଧନ କରି ନମସ୍କାର କଲେ | ତାପରେ “ଦାଦା ମୋତେ କହିଥିଲେ , ତୁମର ଆଧାର କାଡ୍ କରିବା ପାଇଁ ଆସିଛି ” ବୋଲି କହିଥିଲେ । ଏ ସମ୍ପର୍କରେ ନମିତା ତାଙ୍କ ସ୍ୱ।ମୀ କ ସହ କଥା ହେଉଥିଲା ବେଳେ ଉକ୍ତ ବ୍ୟକ୍ତି ନମିତାଙ୍କୁ ଧକ୍କା ମାରି ବେକରୁ ଚେନ ଓ ମଙ୍ଗଳସୂତ୍ର ନେଇ ପଳାଇ ଯାଇଥିବା ତାକ ସ୍ୱ।ମୀ ଅଭିଯୋଗ କରିଛନ୍ତି। ଯାହାର ମୂଲ୍ୟ ୨ ଲକ୍ଷ୍ୟ ୬୦ ହଜାର ବୋଲି କହିଛନ୍ତି । ଏଥିନେଇ ପୋଲିସ ତତନ୍ତ ଚାଲୁ ରହିଛି। ବର୍ତ୍ତମାନ କାମାକ୍ଷାନଗର ସହର ରେ କଳା ପଲସର୍ ଆତଙ୍କରେ ଜନସାଧାରଣ ଅସୁରକ୍ଷିତ ମଣୁଥିବା ବେଳେ ପୋଲିସ ପକ୍ଷ ରୁ କଡା ପାଟ୍ରୋଲିଂ କରିବା ପାଇଁ ଜନସାଧାରଣ ରେ ଦାବି ହେଉଛି।

Leave A Reply

Your email address will not be published.