ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ତରଫରୁ ଅନୁଷ୍ଠିତ ସାତ ଦିନିଆ ଏନଏସଏସ ଶିବିର ଉଦଯାପିତ

0

ବରଗଡ :- ବରଗଡ ଜିଲା ପାଇକମାଳ ବ୍ଲକ ଜର୍ଜଗଡ଼ ରେ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ତରଫରୁ ଅନୁଷ୍ଠିତ ସାତ ଦିନିଆ ଏନ ଏସଏସ ଶିବିର ମଙ୍ଗଳବାର ଉଦଯାପିତ ହୋଇଯାଇଛି |ସନ୍ଧ୍ୟା ରେ ଉଦଯାପନୀ ଉତ୍ସବରେ ମହାବିଦ୍ୟାଳୟ ର ଅଧ୍ୟକ୍ଷା କେ ଟି ରାଉତରାୟ ସଭାପତିତ୍ୱ କରି ଥିବା ବେଳେ ଜର୍ଜଗଡ଼ ଗ୍ରାମର ନିମାଇ ନନ୍ଦ ହୋତା, ବଡ ଶତପଥି, ବିଭୁତି ମୁଣ୍ଡ ଯୋଗ ଦେଇ ଛାତ୍ରୀ ଓ ଛାତ୍ର ମାନଙ୍କୁ ସାଟିଫିକେଟ ବଣ୍ଟନ କରି ଥିଲେ |ପଚାଷ ଜଣ ଛାତ୍ର ଛାତ୍ରୀ ୭ ଦିନ ଯାକ ବିଭିନ୍ନ ସ୍ଥାନରେ ସଫେଇ, ମାଗଣା ମଧୁମେହ ପରୀକ୍ଷା, ସଡ଼କ ସୁରକ୍ଷା, ନିରାପତ୍ତା ରେଲି, ନିଶା ନିବାରଣ ପାଇଁ ପଥପ୍ରାନ୍ତ ନାଟକ, ରକ୍ତ ପରୀକ୍ଷା ସହ ଜର୍ଜଗଡ଼ ରେ ଘର ଘର ବୁଲି ସୁସ୍ଥ ଓ ନିରୋଗ ରହିବାପାଇଁ ସଚେତନ କରାଇଥିବା କଥା ପ୍ରୋଗ୍ରାମ ଅଫିସର ଡାକ୍ତର ଯଶୋବନ୍ତ ସାହୁ ପ୍ରକାଶ କରି ଥିଲେ |ସଭାରେ ଡାକ୍ତର ଅଭିରାମ ଠାକୁର, ଜଗବନ୍ଧୁ ମିଶ୍ର , ସୁରେନ୍ଦ୍ର ପଟେଲ, କାମିନୀ କର, ନଳିନୀ ଦାସ, ସଂଯୁକ୍ତା ସେନଗୁପ୍ତା, ଅଖିଳେଶ ସାହୁ, ମୋନାଲିସା ସାହୁ, ଜଗନ୍ନାଥ ସାହୁ ପ୍ରମୁଖ ଡାକ୍ତର ମାନେ ଯୋଗ ଦେଇ ଥିଲେ, ପୋଷ୍ୟ ଗ୍ରାମ ଜର୍ଜଗଡ଼କୁ ମାସକୁ ଥରେ ଛାତ୍ରୀ ଛାତ୍ର ମାନେ ଗାଁ ରେ କେମ୍ପ କରିବା ପାଇଁ ଗ୍ରାମ ବାସି କହି ଥିଲେ |ଶେଷରେ ସଭାପତି ଡ଼ା ରାଉତରାୟ ଧନ୍ୟବାଦ ଦେଇ ଥିଲେ |

Leave A Reply

Your email address will not be published.