ବାସୁଦେବପୁର- ବାସୁଦେବପୁର ବ୍ଲକ ଅନ୍ତର୍ଗତ ବାରାପୁ ର ଠାରେ ଚାଲିଥିବା ମକର ମହୋତ୍ସବ ତିନି ଦିନ ଧରି ଅନୁଷ୍ଟିତ ହୋଇଥିଲା। ଅନ୍ତିମ ତଥା ଶେଷ ଦିନ ରେ ମୁଖ୍ୟ ଅତିଥି ଭାବେ ସାଂସଦ ମଞ୍ଜୁଲତା ମଣ୍ଡଳ, ମୁଖ୍ୟ ବକ୍ତା ଭାବେ ପୂର୍ବତନ ବିଧାୟକ ମୁକ୍ତି କାନ୍ତ ମଣ୍ଡଳ, ସମ୍ମାନିତ ଅତିଥି ଭାବରେ ପ୍ରଧାନ ଶିକ୍ଷକ ହରିଶ ଚନ୍ଦ୍ର ଜେନା, ସାଂସଦ ଙ୍କ ପ୍ରତିନିଧି ସୁରେଶ ଚନ୍ଦ୍ର ମହାନ୍ତି, ସମାଜସେବୀ ଭାଗିରଥି ବଳ ଯୋଗ ଦେଇଥିଲେ। ମହାବୀର କ୍ଳବ୍ ପକ୍ଷ ରୁ ଆୟୋଜିତ ଏହି ଉତ୍ସବରେ ସଭାପତି ମୁକ୍ତି କାନ୍ତ ଅଗସ୍ତି ସଭା ପରିଚାଳନା କରିଥିବା ବେଳେ ଶିକ୍ଷକ ଅମିୟ ରଞ୍ଜନ ପାଣିଗ୍ରାହୀ ତିନି ଦିନ ଧରି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ। ଏହି ଅବସର ରେ ଆୟୋଜିତ ସଙ୍ଗୀତ, ନୃତ୍ୟ, ଝୋଟି, ଲକ୍ଷ୍ମୀ ପୁରାଣ ସହ ଅନ୍ୟାନ୍ୟ ପ୍ରତିଯୋଗିତା ରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଛି। ତତ ସହିତ ନାଟ୍ୟକାର ସୀତାକାନ୍ତ ରାଉତ, ଶିକ୍ଷକ ଅଜୟ ସାହୁ, କଳାକାର ବେଣୁଧର ଦାସ, କୃଷକ ରମାକାନ୍ତ ବେହେରା, ରତିକାନ୍ତ ନାୟକ, ସମାଜସେବୀ ରତିକାନ୍ତ ସାହୁ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ତିନି ଦିନ ଧରି ଉପସ୍ଥିତ ହଜାର ହଜାର ଦର୍ଶକ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟ କର୍ମ କୁ ମନଭରି ଉପଭୋଗ କରି ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post