ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ରର ଗଜପତି ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ବିଜୟ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ନୂଆଗଡ଼ ବ୍ଲକ ଅନ୍ତର୍ଗତ ଖଜୁରୀ ପଦା ଗ୍ରାମର ଶାସ୍ତ୍ରୀଜି ଯୁବକ ସଂଘ ଏବଂ ବଡ଼ପଦା ଗ୍ରାମର ଡ଼ଃ .ବି.ଆର୍ ଆମ୍ବେଦକର ୟଥ୍ କ୍ଲବ ଦ୍ଵାରା “ସାମାଜିକ ସେବା ଦିବସ” କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସରପଞ୍ଚ ପ୍ରିୟଙ୍କା ପାଣି ଓ ସମ୍ମାନୀତ ଅତିଥି ଭାବେ ସମିତି ସଭ୍ୟ ମାନୁଏଲ୍ ଛିଞ୍ଚାଣୀ ଏବଂ ଦୁଇଟି ୟଥ କ୍ଲବର ସମସ୍ତ ୬୦ଜଣ ସଦସ୍ୟ ଅଂଶ ଗ୍ରହଣ କରିଥିଲେ।
ଏହି କାର୍ଯ୍ୟକ୍ରମ ଉପଲକ୍ଷେ ଯୋଗଦେଇ ଥିବା ଯୁବକ ଯୁବତୀ ଗ୍ରାମର ରାସ୍ତା , ଖେଳ ପଡ଼ିଆ ଅଳିଆ ଆବର୍ଜ୍ଜନା ସଫାସୁତୁରା କରିବା ସହ ସ୍ଥାନୀୟ ଲୋକମାନଙ୍କୁ ପରିବେଶ ପରିଷ୍କାର ପରିଚ୍ଛନ୍ନତା ରଖିବାର ସଚେତନତା ବାର୍ତ୍ତା ଦେଇଥିଲେ । ଶାସ୍ତ୍ରୀଜି ଯୁବକ ସଂଘର ସଭାପତି କୈଳାସ ମାଝି , ସମ୍ପାଦକ କେଦାର ପାଇକ ଏବଂ ନୂଆଗଡ଼ ବ୍ଲକର ପୂର୍ବତନ ଜାତୀୟ ସ୍ଵେଚ୍ଛାସେବୀ କରୁଣାକର ବେହେର୍ଦ୍ଦଳାଇ ଓ ସୁଧାଂଶୁ ରଞ୍ଜନ ପାଣି ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.