ସପ୍ତଦୀପା ସାହିତ୍ୟ ସଂସଦ ର ୧୦୬ ତମ ସାରସ୍ୱତ ସମାରୋହ

0

ବୀରମହାରାଜପୁର, ( ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ସ୍ଥିତ ଚନ୍ଦ୍ରମଣି ଦାସ ମଠ ରେ ବୀରମହାରାଜପୁର ସପ୍ତଦୀପା ସାହିତ୍ୟ ସଂସଦ ର ୧୦୬ ତମ ସରସ୍ବତ ସମାରୋହ ମକର ମିଳନ,କବିତା ପାଠ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ କୁ ମଠାଧିଶ ନିମାର୍ଗ ଚରଣ ଦାସ ପ୍ରଦୀପ ପ୍ରଜ୍ବଳନ କରି ହନୁମାନ ଚାଳିଶା ବୋଲାଇଥିଲେ l ସପ୍ତଦୀପା ସାହିତ୍ୟ ସଂସଦ ର ସଭାପତି ଦ୍ଵିତୀକୃଷ୍ଣ ପଣ୍ଡା ଙ୍କ ସଭାପତିତ୍ବ ରେ ଆୟୋଜିତ କବି ସମ୍ବିଳନୀ ରେ ଅଧ୍ୟାପକ ପଦ୍ମନାଭ ମେହେର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବାବେଳେ ସଂସଦ ର ଆବାହକ କିଶୋର ହୋତା ପ୍ରାରମ୍ଭିକ ସୂଚନା ଦେଇଥିଲେ l କବି ଲକ୍ଷ୍ମୀ ନାରାୟଣ ସାହୁ କବିତା ସଂଯୋଜନା କରିଥିବାବେଳେ କବି କିଶୋର, ଜ୍ୟୋତିଲାଲ ନନ୍ଦ, କୁନାଲ, ଆନନ୍ଦ ପଧାନ, ଦ୍ବିତିକୃଷ୍ଣ ପଣ୍ଡା,ଭଗବାନ ବାଘ, ଧ୍ରୁବ ଚରଣ ଖେତୀ, ପ୍ରହଲ୍ଲାଦ ନାଏକ,ଯୁଗଳ କିଶୋର ମିଶ୍ର, ଉମେଶ ପଣ୍ଡା ଭାବଗ୍ରାହୀ ମେହେର,ଲିଙ୍ଗରାଜ ପଣ୍ଡା,ଗୋପାଳ ଦାଶ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ l

Leave A Reply

Your email address will not be published.