ମାଟି ତଳେ ଲୁଚାଇଥିବା ପୋଚ ନଷ୍ଟ କଲା ଅବକାରୀ ବିଭାଗ।

0

କାମାକ୍ଷାନଗର/ରିତେଶ ବ୍ରହ୍ମା -ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଆମ୍ବ ପଳାସ ଗ୍ରାମ ଦେଶୀ ମହୁଲି ମଦ ଗନ୍ତା ଘର ବୋଲି ଓଡ଼ିଶା ପ୍ରସିଦ୍ଧ। ପ୍ରତିଦିନ ଶହ ଶହ ଲିଟର ଦେଶୀ ମହୁଲି ମଦ ବାହାରକୁ ରପ୍ତାନି ହେଉଥିବାର ଜାଣିପାରି ପରଜଙ୍ଗ,କାମାକ୍ଷା ନଗର,ଭୁବନ ଓ ପରଜଙ୍ଗ ପୋଲିସ ର ମିଳିତ ଭାବେ ଆମ୍ବ ପଳାସ ନିକଟ ଯାମ୍ବୁନାଳି ( ହାତିନି ବାଡି) ମୁଣ୍ଡା ସହି ଜଙ୍ଗଲରେ ଅଚାନକ ଚଢ଼ାଉ କରିଥିଲେ। ଘଟଣା ସ୍ଥଳରେ ୧୦୫୦୦ ଲିଟର ପୋଚ ନଷ୍ଟ କରିବା ସହ ୫୫୦ ଲିଟର ଦେଶୀ ମଦ ଜବତ କରିଥିବା କୁ ମଧ୍ୟ ନଷ୍ଟ କରିଛନ୍ତି ବୋଲି ପରଜଙ୍ଗ ଅବକାରୀ ବିଭାଗ ଅଧିକାରୀ ଆରତୀ ମିଶ୍ର ସୂଚନା ଦେଇଛନ୍ତି।

Leave A Reply

Your email address will not be published.