ବଲାଙ୍ଗିର – ଓଡିଶା ରାଜ୍ୟ ସ୍କାଉଟ ଗାଇଡ ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱର ଠାରେ ବସନ୍ତ ବିଶ୍ୱାଲ ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ରେ ବଲାଙ୍ଗିର ଜିଲ୍ଲାରୁ ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଆଟଗାଁ ହାଇସ୍କୁଲର ସ୍କାଉଟ୍ ମାଷ୍ଟର ଅନ୍ତର୍ଯ୍ୟାମୀ ବିଶ୍ୱାଳ ଓ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ମିର୍ଧାପାଲି ହାଇସ୍କୁଲର ଗାଇଡ୍ କ୍ୟାପଟେନ ଯଶୋବନ୍ତି ବେହେରା ବସନ୍ତ ବିଶ୍ୱାଲ ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ଉକ୍ତ ଉସôବରେ ମଞ୍ଚାସୀନ ଅତିଥି ଭାବେ ଓଡିଶା ରାଜ୍ୟ ସ୍କାଉଟ୍ ଗାଇଡ୍ ସଭାପତି ବିଷ୍ଣୁ ଚରଣ ଦାସ, ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ, ମୁଖ୍ୟ କମିଶନର ଭାରତ ସ୍କାଉଟ୍ ଗାଇଡ୍ କାଳିପ୍ରସାଦ ମିଶ୍ର, ସମ୍ପାଦକ ଓଡିଶା ସ୍କାଉଟ୍ ଗାଇଡ୍ ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱର ରାମ ମୁର୍ତ୍ତୀ ଦୋରା ପ୍ରମୁଖ ଯୋଗ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.