ବାଲେଶ୍ଵର ଖଇରା (ବୁଲୁ ଲେଙ୍କା)-ବାଲେଶ୍ୱର ଜିଲ୍ଲା ଖଇରା ମହାବିଦ୍ୟାଳୟର ଅଡ଼ିଟରୀୟମ ପ୍ରକୋଷ୍ଠରେ ସଂସ୍କୃତଭାରତୀ ଉତ୍କଳ ଶାଖା ତରଫରୁ ସଂସ୍କୃତ ସମ୍ଭାଷଣ ଶିବିରର ଉଦଯାପନୀ ଦିବସ ମହା ଆଡମ୍ବରରେ ପାଳିତ ହୋଇଯାଇଛି।ଏହି ଉଦଜାପାନୀ ଉତ୍ସବରେ ଖଇରା ମହାବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ କୁମାର ପାଢୀ ସଭାପତି କାର୍ଯ୍ୟ ସମ୍ପାଦନ କରି ପ୍ରଥମେ ଦୀପ ପ୍ରଜ୍ବଳନ କରି ସଭାକାର୍ଯ୍ୟ ଶୁଭାରମ୍ଭ କରିଥିଲେ।ଏଥିରେ ମୁଖ୍ୟ ବକ୍ତାଭାବେ ଡା. ସୁଜିତ କୁମାର ଛାଟିଆ ଯୋଗଦେଇ ସଂସ୍କୃତ ଭାଷାର ମହତ୍ୱକୁ ଛାତ୍ରଛାତ୍ରୀଙ୍କୁ ବୁଝାଇବା ସହିତ ସଂସ୍କୃତହିଁ ଏକମାତ୍ର ବୈଜ୍ଞାନିକ ଭାଷା,ଏହା ନାସାର ବ୍ୟବହାର ହୋଇଥାଏ।ସେହିପରି ସଂସ୍କୃତ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ନିରଞ୍ଜନ ପଣ୍ଡା ସଂସ୍କୃତ ଭାଷାହିଁ ଏକମାତ୍ର ଶୁଦ୍ଧ ଅମ୍ଳଜାନ ତଥା ଆଜିର ବିଶ୍ୱରେ ଦେଖାଯାଇଥିବା ଆଧ୍ୟାତ୍ମିକ ଭଟ୍ଟାର ଅଭ୍ୟୁଞ୍ଜନ କେବଳ ସଂସ୍କୃତ ଭାଷାରେ ବିରଚିତ ବେଦ, ବେଦାନ୍ତ,ପୁରାଣ,ରାମାୟଣ ପଠନରେ ହିଁ ସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ।କ୍ରମଶଃ ଶିବିରର ପ୍ରଶିକ୍ଷକ ଡା ଅକ୍ଷୟ କୁମାର ଦତ୍ତ ପିଲାମାନଙ୍କୁ ଶିଖାଇଥିବା ସରଳ ସଂସ୍କୃତ ଭାଷାର କର୍ତ୍ତବ୍ୟଜନମ୍ ,ବୈଦ୍ୟରୋଗୀ ସମ୍ଭାଷଣମ୍,ମୁର୍ଖବୈଦ୍ୟ ଉପରେ ଖୁଦ୍ର ଅଭିନୟ ପରିବେଷଣ କରିଥିଲେ।ଗୁରୁମା ଚିନ୍ମୟୀ ପଣ୍ଡା ମାର୍ଗଦଶକ କରିଥିବାବେଳେ ଅନୁଷ୍ଠାନର ବଡ଼ବାବୁ ଅକ୍ଷାଂସୁ ଶେଖର ଦଳାଇ,ସହକାରୀ ସୁଶାନ୍ତ କୁମାର ବିଶ୍ବାଳ,ରମାକାନ୍ତ ନାଥ,ମହେଶ୍ୱର ସାହୁ,ଅଧ୍ୟାପକ ସୁନୀଲ କୁମାର ମହଲା,ଘନଶ୍ୟାମ ସାହୁ,ସଂସ୍କୃତ ବିଭାଗର ଛାତ୍ର ଦିପ୍ତେନ୍ଦୁ ପାଣି,ହେମନ୍ତ ବେହେରା ଏବଂ ଛାତ୍ରୀମାନେ ଉପସ୍ଥିତ ରହି ଉକ୍ତ ସଭାକୁ ସମ୍ପର୍ଣ୍ଣ କରିଥିଲେ।ଶେଷରେ ଶାନ୍ତି ମନ୍ତ୍ର ପାଠରେ ସଭା ସମାପ୍ତ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.