ବାଲେଶ୍ବର.ଖଇରା( ବୁଲୁ ଲେଙ୍କା)ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଅଧିନ ଗଣ୍ଡିବେଡ଼ ମାଟିଆଳପଦା ସ୍ଥିତ କମଳାଅର୍ଜୁନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଛାତ୍ରୀ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି।କଲେଜ ଅଧ୍ୟକ୍ଷ ଚିତ୍ତରଞ୍ଜନ ମୁଦୁଲିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ସଭାରେ ମୁଖ୍ୟ ଅତିଥିଭାବେ ପ୍ରାକ୍ତନ ଅଧ୍ୟକ୍ଷ ଉପେନ୍ଦ୍ର ପ୍ରସାଦ ରାଉଳ,ମୁଖ୍ୟବକ୍ତା ଭାବେ ଭାରପ୍ରାପ୍ତ ଅଧ୍ୟକ୍ଷା ଜୟନ୍ତୀ ଦାସ, ସମ୍ମାନୀତ ଅତିଥିଭାବେ ଅଧ୍ୟାପକ ମନ୍ମଥ ପଣ୍ଡା,ଜ୍ୟୋର୍ତିମୟ ପଣ୍ଡା,ଶଙ୍କର୍ଷଣ ଜେନା,ଅମିତ କୁମାର ନାୟକ,ଜୟରାଣୀ ଘଡ଼େଇ ସମେତ ପ୍ରଶିକ୍ଷିକା ଜୟଶ୍ରୀ ସାମଲ ପ୍ରମୁଖ ଯୋଗଦେଇଥିଲେ।ଉପସ୍ଥିତ ଅତିଥିମାନେ ବକ୍ତବ୍ୟରେ ନାରୀର ସାହାସ ହେଉଛି ତାର ପ୍ରଥମ ଅସ୍ତ୍ର,ଯେକୌଣସି ପରିସ୍ଥିତିକୁ ସାହସର ସହିତ ସାମ୍ନା କରିବାକୁ ଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ।ପରେ ପ୍ରଶିକ୍ଷିକା ଛାତ୍ରୀମାନଙ୍କୁ ବିଭିନ୍ନ କୋୖଶଳର ପ୍ରଶିକ୍ଷଣ ଦେଇଥିଲେ।ଏହି ପ୍ରଶିକ୍ଷଣ ଶିବିର ୮ଦିନ ଧରି ଚାଲିବ ବୋଲି କଲେଜର ଅଧ୍ୟକ୍ଷ କହିଛନ୍ତି।ଏହି କାର୍ଯ୍ୟକ୍ରମରେ କଲେଜର କର୍ମଚାରୀ ସୌମେନ୍ଦ୍ର ମିର୍ଦ୍ଦା,ଦୁର୍ଗାଶଙ୍କର ଦାସ,ଗିରିଜାଶଙ୍କର ଦାସ,ସୁନୀଲ ନାୟକ,ଗୌରୀଶଙ୍କର ଦାସ,ପ୍ରଦୀପ ବାଗୁଡାଇ,ରାଜେଶ କୁମାର ପତି, କୃଷ୍ଣଚନ୍ଦ୍ର ଶତପଥି, ସତ୍ୟବ୍ରତ ମହାରଣା,ଡିମ୍ପଲ ଦାସ ପ୍ରମୁଖ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.