ନିଆରା ମଣିଷ ସୁରେଶଙ୍କୁ ସେବା ଗୌରବ ସମ୍ମାନ

0

ଯାଜପୁର ରୋଡ଼ରୁ ବିଶ୍ୱଜିତ ମାଝି : ଯାଜପୁର ରୋଡ଼ର ଚାନ୍ଦମା ଗ୍ରାମରେ ଜନ୍ମ  । ପିଲାଦିନୁ ସମାଜ ସେବାରେ ନିଜକୁ ନିୟୋଜିତ କରିବା ଅସହାୟକୁ ସାହାଯ୍ୟ କରିବା ରକ୍ତଦାନ, ଅଙ୍ଗଦାନ, ଚକ୍ଷୁଦାନ କରି ସେ ପାଲଟି ଯାଇଛନ୍ତି ଜଣେ ନିଆରା ମଣିଷ । ପ୍ରକୃତି ପ୍ରେମୀ  । ଏହି ନିକଟରେ ଚାନ୍ଦମାହେଙ୍ଗୁଳା ପୀଠର ଦୁଇପଟ ରାସ୍ତାରେ ଅନେକ ଗୁଡ଼ିଏ ବୃକ୍ଷ ରୋପଣ କରିଛନ୍ତି । ସମାଜ ସେବା ହେଉ କିମ୍ବା ବ୍ୟକ୍ତିଗତ ସେବା ଯାହାର ଯେତେ ଅସୁବିଧା ହେଉଥିବା ଖବର ପାଇବାମାତ୍ରେ ସାହାଯ୍ୟର ହାତ ବଢ଼ାଇଥାନ୍ତି । ସୁରେଶ ନିଜେ ଅବିବାହିତା ହୋଇ ସମାଜର ସାରଥୀ ସାଜିଛନ୍ତି । ଯାଜପୁର ବାସୀଙ୍କ ପାଇଁ ସେ ହେଉଛନ୍ତି ଗର୍ବ ଓ ଗୈାରବ  । ଆଗାମୀ ପୁର୍ବପିଢ଼ୀପାଇଁ ଜଣେ ପ୍ରେରଣା ଦାତା ଏହି ମହତ କାମ ପାଇଁ ବିଭିନ୍ନ ଅନୁଷ୍ଠାନ ମାନଙ୍କ ଠାରୁ ଅନେକ ପୁରସ୍କୃତ ମଧ୍ୟ ହୋଇ ସାରିଛନ୍ତି । ଏହି ନିକଟ ୫ତାରିଖରେ କଳିଙ୍ଗ ଆଡ଼ଭାଇସ୍ ଏଜୁକେସନ ଚାରିଟେବୁଲ ଟ୍ରଷ୍ଟ ଭୂବନେଶ୍ୱର ଆନୁକୁଲ୍ୟରେ  ସି.ବି.ଏସ୍ ପି ଭବନରେ ରାଜ୍ୟ ସଭା ସଦସ୍ୟ ନରେନ୍ଦ୍ର କୁମାର ସ୍ୱାଇଁ କଟକ ,ଭୂବନେଶ୍ୱର ପୋଲିସ କମିସନର ସତ୍ୟଜିତ ମହାନ୍ତି ଏବଂ ବରିଷ୍ଠ  ସ୍ତମ୍ଭକାର ସୁଜ୍ଞାନ ଚଉଧୁରୀଙ୍କ ଉପସ୍ଥିତରେ ସ୍ୱେଚ୍ଛାସେବୀ ହିସାବରେ ସେବା ଗୈାରବ ,ସମ୍ମାନରେ ସମ୍ମାନୀତ ହେବା ସହ ନିଜ ଜନ୍ମମାଟି ଯାଜପୁରକୁ ମଧ୍ୟ ଗୌରବାନ୍ୱିତ କରିଛନ୍ତି ।

Leave A Reply

Your email address will not be published.