ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୭ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହେଇଯାଇଛି। ଏହି ବାର୍ଷିକ ଉତ୍ସବରେ ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀ ଏହାର ଶୁଭାରମ୍ଭ କରିବା ସହ ସମସ୍ତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଅଧ୍ୟକ୍ଷା ଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା ସହ ଶିକ୍ଷାନୁଷ୍ଠାନର ସୁନ୍ଦର ଭବିଷ୍ୟତ ପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଗଜପତି ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଛାତ୍ରୀ ମାନଙ୍କ ନିମନ୍ତେ ବହୁତ ଉପାଦେୟ ମନ୍ତବ୍ୟ ରଖିଯାଇଥିଲେ। ପୁଣି ଶିକ୍ଷାନୁଷ୍ଠାନର ବିକାଶମୂଳକ କାର୍ଯ୍ୟ ପାଇଁ ପ୍ରତିଶ୍ରୁତି ମଧ୍ୟ ପ୍ରଦାନ କରିଥିଲେ ।
ସମ୍ମାନିତ ଅତିଥି ଛାତ୍ରୀମାନଙ୍କୁ କର୍ମପ୍ରବଣ ହେବାକୁ ଉପଦେଶ ଦେବା ସହ ଶିକ୍ଷାନୁଷ୍ଠାନର ଅନ୍ୟାନ୍ୟ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।
ସଭାର ପ୍ରଥମ ପର୍ଯ୍ୟାୟ ପରେ ମଞ୍ଚାସୀନ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇଥିଲା। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ଚଳିତ ବର୍ଷ ପାଇଁ ଶ୍ରେଷ୍ଠ ଛାତ୍ରୀ ରୂପେ ଜୁଲି ସିଂ , ୨ୟ ବର୍ଷ କଳା , କେ.ଭି. ଆନନ୍ଦ ପ୍ରସାଦ ପୁରସ୍କାର ପାଇଁ ଏସ୍. ୟାମିନି ୨ୟ ବର୍ଷ ବିଜ୍ଞାନ ଏବଂ ଜୁଲି ସିଂ ୨ୟ ବର୍ଷ କଳା , ଲକ୍ଷ୍ମୀ ପ୍ରିୟା ମେମୋରିଆଲ ପୁରସ୍କାର ପାଇଁ ଶ୍ବେତାଶ୍ବରୀ ରେଖା ଶବର ୧ମ ବର୍ଷ ବିଜ୍ଞାନ ଏବଂ ତପସ୍ୱିନୀ ଗମାଙ୍ଗୋ ୧ମ ବର୍ଷ କଳା ଏବଂ ଭାରତୀ ସାହୁ ମେମୋରିଆଲ ପୁରସ୍କାର ଶ୍ରେଷ୍ଠ ଗାୟିକା ପାଇଁ ୨ୟ ବର୍ଷ କଳା ଛାତ୍ରୀ ଲିସାରାଣୀ ପାଢୀ ମନୋନୀତ ହୋଇଥିଲେ।
ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସାଂସ୍କୃତିକ ସମ୍ପାଦିକା ଲିସାରାଣୀ ପାଢ଼ୀ ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ସଭା ଶେଷରେ ନାଟ୍ୟ ପରିଷଦ ଉପ ସଭାପତି ବାଗ୍ମୀ ରଞ୍ଜନ ଷଣ୍ଢ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ବିଶେଷ ଭାବରେ ସଫଳ କରିବାରେ ସାଂସ୍କୃତିକ ପରିଷଦ ଉପ ସଭାନେତ୍ରୀ ଡ. ମନସ୍ବିନୀ ଦାସ , ଗୁରୁ ରଘୁନାଥ ପାତ୍ର , ସୁଶ୍ରୀ ଡି. ପ୍ରିୟଙ୍କା , ଡ. ନୃସିଂହ ପାଣିଗ୍ରାହୀ , ଡ. ମହେନ୍ଦ୍ର ରଇତ, ସ୍ୱାଗତିକା ପଣ୍ଡା , ସଂଯୁକ୍ତା ପାତ୍ର , ନିବେଦିତା ମାଝୀ , ଦିବ୍ୟା ସାହୁ , ବିଜୟଲକ୍ଷ୍ମୀ ପଣ୍ଡା ଏବଂ ଅନ୍ୟାନ୍ୟ ସମସ୍ତ ଅଧ୍ୟାପକ ଅଧ୍ୟାପିକା ମାନେ ବିଶେଷ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.