ଜଗତସିଂହପୁର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆହ୍ବାନ କ୍ରମେ ଓ ଓଡ଼ିଶା ମୋ ପରିବାର ର ଆବାହକ ଶ୍ରୀଯୁକ୍ତ ଅରୁପ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ଅଠରବାଙ୍କୀ ବିଜୟଚନ୍ଦ୍ର ପୁର ସ୍ବାମୀ ବିବେକାନନ୍ଦ ୟୁଥକ୍ଲବରେ ଯୁବ ଦିବସ ତଥା ବିବେକାନନ୍ଦଙ୍କ ୧୬୦ତମ ଜୟନ୍ତୀ ପାଳିତ ହୋଇଯାଇଅଛି । ଏହି ଅବସରରେ ଏକ ରକ୍ତଦାନ ଶିବିର ମଧ୍ୟ ଆୟୋଜନ କରାଯାଇଥିଲା । ଆୟୋଜିତ ରକ୍ତଦାନ ଶିବିରରେ ବହୁ ଯୁବପ୍ରତିଭା ମାନେ ଯୋଗଦେଇ ସ୍ବେଛାକୃତ ରକ୍ତଦାନ କରିଥିଲେ।ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ଓଡ଼ିଶା ମୋ ପରିବାର ଉପଦେଷ୍ଟା ଡ଼ା ସୁରେନ୍ଦ୍ର ନାଥ ମହାପାତ୍ର ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଆର୍ସଲର ମିତଲର ଅପରେସନ ମୁଖ୍ୟ କେପି ରାଓ ଓ ନୁଆଗଡ ସରପଞ୍ଚ ଦେବେନ୍ଦ୍ର କୁମାର ରାଉତ ଯୋଗଦେଇ ଶିବିରକୁ ପ୍ରଦିପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ଅତିଥିମାନେ ବିବେକାନନ୍ଦ ୟୁଥକ୍ଲବ ର ଏଭଳି ପ୍ରୟାସ କୁ ଭୁରି ଭୁରି ପ୍ରଶଂସା କରିବା ସହିତ ଏଭଳି କାର୍ଯ୍ୟ ସହିତ ଯୋଡି ହେବାପାଇଁ ଆଜିର ଯୁବପିଢୀ ଙ୍କୁ ଆହ୍ବାନ କରିଥିଲେ। ଏହି ଶିବିର ରେ 58 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ସୂଚନା ଥିବାବେଳେ ଏହି କାର୍ଯ୍ୟକ୍ରମ କୁ କ୍ଲବର ସଭାପତି ଜଗନ୍ନାଥ ହାଲଦାର,ସମ୍ପାଦକ ପ୍ରକାଶ ରାୟ ଅଜୟ ମିସ୍ତ୍ରୀ ,ପ୍ରଶାନ୍ତ ପ୍ରଧାନ ,ରାଜେଶ ମଣ୍ଡଳ,ପ୍ରଭାତ,ଦେବବ୍ରତ, ଚନ୍ଦନ ସୁକୁଦେଵ ଓ ସମସ୍ତ ସଭ୍ୟ ସହଯୋଗ କରି ଆଜିର ବିବେକାନନ୍ଦଙ୍କ ଜୟନ୍ତୀ ଓ ରକ୍ତଦାନ ଶିବରକୁ ସଫଳ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post