ନବରଙ୍ଗପୁର /ଅଶୋକ ସାହୁ : ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ନବରଙ୍ଗପୁର ର ଛାତ୍ରଛାତ୍ରୀ ଓ ଜାତୀୟ ସେବା ଯୋଜନାର ସ୍ବେଚ୍ଛାସେବୀମାନେ ମହାବିଦ୍ୟାଳୟ ଠାରୁ ଆରମ୍ଭ କରି ନିକଟସ୍ଥ ଟିର୍ଲି ଅମ୍ୱାଗୁଡ଼ା ଗ୍ରାମକୁ ଏକ ବିଶାଳ ପଦଯାତ୍ରାରେ ବାହାରିଥିଲେ। ଅଧ୍ୟକ୍ଷ ଡ଼ ରଞ୍ଜନ କୁମାର ବେହେରା ଙ୍କ ନେତୃତ୍ଵରେ ଉକ୍ତ ପଦଯାତ୍ରା ଗ୍ରାମ ପରିକ୍ରମା କରି, ଲୋକଙ୍କୁ ହକି ଖେଳକୁ ଉତ୍ସାହିତ କରିବା ପାଇଁ ଆହ୍ବାନ କରିଥଲେ।ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଲୋକଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ଦିଆ ଯାଇଥିଲା। ସହକାରୀ ପ୍ରଫେସର ମନ୍ମଥ କୁମାର ମାଝୀ, ଡ ଅରବିନ୍ଦ କୁମାର ଓଝା, ଡ ପୂରବୀ କର, ଡ ଲକ୍ଷ୍ମୀ ବେହେରା, ଡ ଏସକେ ରିୟାଯତ୍ ଖଡିମ, ଡ ଅଭିଜିତ ଲେଙ୍କା ତଥା ମହାବିଦ୍ୟାଳୟ ର ଜାତୀୟ ସେବା ଯୋଜନା ଅଧିକାରୀ ସହକାରୀ ପ୍ରଫେସର ରାଜୀବ ଜାଲ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମରେ ସୋନୁ ସାହୁ, ସୁଲୋଚନା ନାୟକ, ଜିଭିଭି ରଞ୍ଜିତା, ସୁମନ୍ତ ବଘେଲ,ବିଭୁ ସ୍ମିତା ଖରା,ସନ୍ଧ୍ୟା ରାଣୀ ପାଢ଼ୀ, ମୋନାଲିସା ନାଗ,ଧନର ମାଝୀ,ବିକ୍ରମ ଭକ୍ତ ,ରବୀନ୍ଦ୍ର ମାଳି, ଶ୍ରବଣ ପୁଜାରୀ, ପଲ୍ଲବୀ ସାହୁ ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା ସହଯୋଗ କରିଥିଲେ। ସମସ୍ତେ ଭାରତୀୟ ହକିଦଳ ର ବିଜୟୀ କାମନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post