ଭୁବନେଶ୍ବର : ଓଡିଶା ରେ ବଡ ଗଣେଶ କରି ସୁନାମ ଅର୍ଜନ କରିଥିବା ଭୁବନେଶ୍ବର ସହିଦନଗର ସ୍ଥିତ ଉଇନର ଆସୋସିଏସନ ଅନୁଷ୍ଠାନ ପକ୍ଷରୁ ୧୭ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି | ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଉଇ 4 ଭୁବନେଶ୍ବର, ଉଇ 4 ୟୁ ମିଶନ ରକ୍ତଦାନ, ଓଡିଶା ମେଡିକାଲ କର୍ମଚାରୀ ସଂଘ, ସୌରେନ୍ଦ୍ର କୁମାର ସାହୁ, ପ୍ରଫେସର ରଘୁନାଥ ସାହୁ ଓ ଶ୍ରୀମତୀ ଶୁଭଲକ୍ଷ୍ମୀ ଦାସ ଙ୍କୁ ସାମାଜ କଲ୍ୟାଣ କାର୍ଯ୍ୟ ନିମନ୍ତେ ସମ୍ଵର୍ଦ୍ଧନା କରାଯାଇଥିଲା | ଜାଗା ମିଶନ ରେ ନୂତନ ଭାବେ ଉପଦେଷ୍ଟା ପଦ ରେ ଯୋଗ ଦେଇଥିବା ଶ୍ରୀମତୀ ଶାଶ୍ୱତୀ ମିଶ୍ର ଙ୍କୁ ମଧ୍ଯ ଅନୁଷ୍ଠାନ ପକ୍ଷରୁ ସମ୍ଵର୍ଦ୍ଧିତ କରାଯାଇଥିଲା ଏହି ଅବସରରେ ଏକ ବଡ କେକ କଟାଯାଇ ବଣ୍ଟନ କରାଯାଇଥିଲା | ପ୍ରତିଷ୍ଠା ଦିବସ ରେ ଅନୁଷ୍ଠାନ ର ସଦସ୍ୟ ମାନ ଙ୍କ ଦ୍ଵାରା ସହିଦନଗର ରେ ଥିବା 12 ଗୋଟି ମନ୍ଦିର ରେ ଅଳିଆ ସଫା କରି ସେମାନଂକୁ ଓଦା ଓ ଶୁଖିଲା ଅଳିଆ ରଖିବା ପାଇଁ ଦୁଇ ଗୋଟି କରି ବାଲଟି ଓ ଟ୍ରେ ଦିଆ ଯାଇଥିଲା | ଏହି ଅବସର ରେ ସହିଦନଗର ସ୍ଥିତ ସ୍କୁଲ ଗୁଡ଼ିକରେ ପିଲା ମାନଙ୍କୁ ଖାତା, ପେନସିଲ, ଚକୋଲେଟ ବଣ୍ଟନ କରାଯାଇଥିଲା, ଅନୁଷ୍ଠାନ ପକ୍ଷରୁ ଆୟୋଜିତ ସଭାରେ ମୁଖ୍ୟ ଉପଦେଷ୍ଟା ଉମାନାଥ ମିଶ୍ର, ରୁଦ୍ର ନାରାୟଣ ସାମନ୍ତରାୟ, ଅମରେଶ ଜେନା, ନାରାୟଣ ମହାପାତ୍ର, ଅନୁଷ୍ଠାନ ର ସଭାପତି ରଞ୍ଜିତ କୁମାର ରାୟ, ସମ୍ପାଦକ ସନ୍ତୋଷ ରାଓ, ସାଂସ୍କୃତିକ ସମ୍ପାଦକ ନିରୋଜ ସାହୁ ବହୁ ସଦସ୍ୟ ଓ ସଦସ୍ୟା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ
Sign in
Sign in
Recover your password.
A password will be e-mailed to you.