ସାରା ଓଡିଶାରୁ ଯୋଗଦେବେ ଲକ୍ଷାଧିକ ଭକ୍ତ
ବରଗଡ଼/ମେଲଛାମୁଣ୍ଡା(ମନୋଜ ଭୋଇ) :- ବରଗଡ଼ ଜିଲା ମେଲଛାମୁଣ୍ଡାରେ ଆସନ୍ତା ଫ୍ରେବୁୟାରୀ ମାସ 4 ,5, ଓ 6 ତାରିଖ ତିନି ଦିନ ଧରି ହେବ ପରମହଂସ ଶ୍ରୀମଦ ସ୍ୱାମୀ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ସରସ୍ୱତୀ ଦେବଙ୍କ 72 ତମ ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀ । ଶ୍ରୀ ଶ୍ରୀ ଠାକୁର କେନ୍ଦ୍ର ଆସନ ମନ୍ଦିର ବିରତୁଙ୍ଗ ରୁ ଗତ ଜାନୁୟାରୀ 8 ତାରିଖ ରୁ ବାହାରି ବରଗଡ଼ ନିଗମାନନ୍ଦ ଆଶ୍ରମ ରେ 11 ତାରିଖ ପହଞ୍ଚିବେ । ଭକ୍ତ ମାନଙ୍କ ଗୃହ ଆସନରେ ପୂଜା ପାଇ ରାତ୍ରି ବିଶ୍ରାମ ପରେ 12 ତାରିଖ ନିଗମାନନ୍ଦ ଆଶ୍ରମ ବରଗଡ଼ ରୁ ବାହାରି ସୋହେଲା ବନାବିରା ଆଶ୍ରମ ହୋଇ ସମ୍ମିଳନୀ କ୍ଷେତ୍ର ମେଲଛାମୁଣ୍ଡା କୁ ପହଞ୍ଚିବ | କରୋନା ପାଇଁ ଦୀର୍ଘ ଦୁଇବର୍ଷ ବ୍ୟବଧାନ ପରେ ସମଗ୍ର ଓଡିଶା ସମେତ ବରଗଡ଼ ଜିଲା ରୁ ପ୍ରାୟ ଏକ ଲକ୍ଷରୁ ଉର୍ଦ୍ଧ୍ବ ଭକ୍ତ ଙ୍କ ସମାବେଶ ହେବ ବୋଲି ଆଶା କରାଯାଇଥିବା ବେଳେ ଭକ୍ତ ମାନଙ୍କ ରହିବା ପାଇଁ ମହିଳା ଓ ପୁରୁଷ ଭକ୍ତ ଙ୍କ ପାଇଁ ସ୍ୱତନ୍ତ୍ର କେମ୍ପ ,ଶୌଚାଳୟଏବଂ ପ୍ରସାଦ ସେବନ ବ୍ୟବସ୍ଥା କରାଯିବା ପାଇଁ ଆସନ୍ତା 13 ତାରିଖ ରୁ କାର୍ଯ୍ୟ ଆରମ୍ଭ ହେବ । ନୀଳାଚଳ ସାରସ୍ୱତ ସଙ୍ଘ ପରିଚାଳକ ଶ୍ରୀଯୁକ୍ତ ଦୁର୍ଗାଚରଣ ମହାନ୍ତି,ସଭାପତି ଗଗନେନ୍ଦ୍ର ମହାନ୍ତି,ଭକ୍ତ ସମ୍ମିଳନୀ ଆବାହକ କମିଟି ସଭାପତି କଳ୍ପତରୁ ସେନାପତି ଓ ଭକ୍ତ ସମ୍ମିଳନୀ ଅଭ୍ୟର୍ଥନା କମିଟି ସଭାପତି,ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂ ଙ୍କ ତତ୍ୱାବଧାନ ରେ ଭକ୍ତ ଙ୍କ ସହଯୋଗ ରେ ସୁଚାରୁ ରୁପେ ସମ୍ପାଦନ ପାଇଁ ବୋଲି ପୁରୀ ନୀଳାଚଳ ସାରସ୍ୱତ ସଙ୍ଘ ପକ୍ଷରୁ ସହଯୋଗ କାମନା କରାଯାଇଛି