ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବାଲ ମୁକୁନ୍ଦ କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ବିଭିନ୍ନ ଶିକ୍ଷା ଏବଂ ଆଧ୍ୟାତ୍ମିକ ଅନୁଷ୍ଠାନମାନଙ୍କ ବାଲ ସଂସ୍କାର କେନ୍ଦ୍ରର ସଂଯୋଜକ ମାନଙ୍କୁ ଯୋଗାଯୋଗ କରି ବାଲ ପ୍ରାଥମିକ ସଂସ୍କାର କାର୍ଯ୍ୟକ୍ରମ ବିଭିନ୍ନ ଅଞ୍ଚଳକୁ ଯାଇ ଗ୍ରାମର ଶିଶୁ ପ୍ରାଥମିକ ସଂସ୍କାର ପାଇବା ପାଇଁ ଭ୍ରମ୍ୟମାଣ କରାଯାଉଛି।
ଏହି କାର୍ଯ୍ୟକ୍ରମ ପ୍ରଥମେ ପୂର୍ବାହ୍ନରେ ଗୁମ୍ମା ବ୍ଲକ ଝାମୀ ପଞ୍ଚାୟତ ରସିକରାଜପୁର ଗ୍ରାମର ଶବର ସମାଜ କଲ୍ୟାଣ ସମିତିର ସତସଙ୍ଗ ଗୃହରେ ଅନୁଷ୍ଠିତ ହୋଇଥିଲା। ଏଥିରେ ରମେଶ ଶବର , ଆଦିକା ଗମାଙ୍ଗ ଓ ସୂର୍ଯ୍ୟ ଭାଇ ସହଯୋଗ କରିଥିଲେ।
ଅପରାହ୍ନରେ ବିଡୁଆ ଗ୍ରାମରେ କେ. ଜୟାଲକ୍ଷ୍ମୀଙ୍କ ସହଯୋଗ ନେଇ ଶିଶୁ ମାନଙ୍କୁ ବାଲ ପ୍ରାଥମିକ ସଂସ୍କାର କାର୍ଯ୍ୟକ୍ରମରେ ସାମିଲ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମରେ ଗାୟତ୍ରୀ ପରିବାର ସଂସ୍କାର କେନ୍ଦ୍ରର ସଂଯୋଜକ ଶିଶିଭୂଷଣ ପଟ୍ଟନାୟକ ଯୋଗ ଦେଇ ଆମ ଭାଷା , ସାହିତ୍ୟ ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ସଂସ୍କୃତି ସହ ବାଲ ବିବେକାନନ୍ଦଙ୍କ ଜୀବନୀ ବିଷୟରେ ଶିଶୁ ମାନଙ୍କୁ ଅବଗତ କରାଇଥିଲେ।
ବାଲ ମୁକୁନ୍ଦ କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ପ୍ରତ୍ୟେକ ରବିବାର ଏହି କାର୍ଯ୍ୟକ୍ରମ କିଭଳି ଚାଲୁ ରହିବ ଗ୍ରାମବାସୀଙ୍କ ସହିତ କଥାବାର୍ତ୍ତା ପରେ ନଗରର ବିଶିଷ୍ଟ ବ୍ୟକ୍ତିମାନଙ୍କର ପରାମର୍ଶ ନେଇଥିଲେ।
Sign in
Sign in
Recover your password.
A password will be e-mailed to you.