କୁହୁଣ୍ଡାରେ ଉଦଘାଟିତ ହେଲା କୁଣ୍ଡି ସୋସାଇଟିର ଧାନମଣ୍ଡି

0

ମାହାଙ୍ଗା -ଦେବେନ୍ଦ୍ର ଷଡ଼ଙ୍ଗୀ) : କୁଣ୍ଡି ସେବାସମବାୟ ସମିତି ଅଧୀନରେ ଥିବା କୁଣ୍ଡି, ସାହାପୁର, ମଧୁପୁର, କୁହୁଣ୍ଡା, ମୂଳବସନ୍ତ ପଞ୍ଚାୟତର ଚାଷୀ ମାନଙ୍କ ପାଇଁ ଆଜି କୁହୁଣ୍ଡା ଠାରେ ଏକ ଧାନମଣ୍ଡି ଉଦଘାଟିତ ହୋଇଯାଇଛି l କୁଣ୍ଡି ସେବା ସମବାୟ ସମିତିର ସଭାପତି ଅଖିଳେଶ ପଦ ମହାନ୍ତି ଏହି ମଣ୍ଡିକୁ ଉଦଘାଟନ କରିଥିଲେ l ଚାଷୀମାନେ କିପରି ସୁବିଧାରେ ମଣ୍ଡିରେ ଧାନ ବିକ୍ରିକରିପାରିବେ ଓ କୌଣସି ଚାଷୀ ଯେପରି ଅସୁବିଧାର ସମ୍ମୁଖୀନ ନହୁଅନ୍ତି,ସେଥିପାଇଁ ସମିତି ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ଶ୍ରୀ ମହାନ୍ତି କହିଛନ୍ତି l ପ୍ରତି ସପ୍ତାହରେ ୩ ଦିନ ମଣ୍ଡି ଖୋଲିବା ପାଇଁ ନିଷ୍ପତି ନିଆଯାଇଛି ବୋଲି ମିଲରଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସମବାୟ ସମିତିର ପୂର୍ବତନ ସଭାପତି ରାଧାନାଥ ରାଉତ ଯୋଗଦେଇଥିଲେ l ମୁଖ୍ୟବକ୍ତା ଭାବେ ସମିତିର ଡାଇରେକ୍ଟର ତଥା ପୂର୍ବତନ ସମିତିସଭ୍ୟ ନିହାର ରଞ୍ଜନ ପଣ୍ଡା,ସମ୍ମାନିତ ଅତିଥି ଭାବେ ପୂର୍ବତନ ସରପଞ୍ଚ ତଥା ସମବାୟ ସମିତିର ଡାଇରେକ୍ଟର ହେମନ୍ତ ପ୍ରଧାନ, ଅଗ୍ରଣୀ ଚାଷୀ ଜୟଦେବ ମୁଦୁଲି, ରାମଚନ୍ଦ୍ର ସାହୁ, ଶଶିଭୂଷଣ ମହାନ୍ତି, ପ୍ରମୁଖ ଯୋଗଦେଇ ଏଠାରୁ ସମସ୍ତ ଚାଷୀଙ୍କ ଧାନ କିପରି ଉଠାଣ ହୋଇପାରିବ ସେ ନେଇ ମତବ୍ୟକ୍ତ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ସମିତିର ଡାଇରେକ୍ଟର ରବୀନ୍ଦ୍ର ପୃଷ୍ଟି, ଡାଇରେକ୍ଟର ବାବୁଲି ଜେନା,ପରମାନନ୍ଦ ମହାନ୍ତି, ରମାକାନ୍ତ ପଣ୍ଡା, ଜୟଦେବ ମହାନ୍ତି, ପୁଷ୍ପଲତା ପରିଡା, ଉଦୟନାଥ ଲେଙ୍କା, ଶେଖ ଅଫସର ତୁଲ୍ଲା,ପ୍ରମୁଖ ଉପସ୍ଥିତ ଥିଲେ l ସମବାୟ ସମିତିର ସମ୍ପାଦକ ଦେବାଶିଷ ପଣ୍ଡା, ଜୟଲକ୍ଷ୍ମୀ ମିଲର ପକ୍ଷରୁ ଅକ୍ଷୟ ପରିଡା, ଆରେମ୍ସ ପକ୍ଷରୁ ସହଦେଵ ରାଉତ, ସମବାୟ ସମିତି କର୍ମଚାରୀ ଶ୍ୟାମ ସୁନ୍ଦର ବରାଳ, ପ୍ରମୁଖ ମଣ୍ଡି ପରିଚାଳନାରେ ସହଯୋଗ କରିବା ଦେଖିବାକୁ ମିଳିଥିଲା l

Leave A Reply

Your email address will not be published.