ଓଡିଶା ସ୍ୱାସ୍ଥ୍ୟମିଶନ ପରିଚାଳନା କର୍ମଚାରୀ ସଂଘ ଜିଲ୍ଲା ଶାଖାର ବିକ୍ଷୋଭ ଶୋଭାଯାତ୍ରା- ଦାବୀପତ୍ର ପ୍ରଦାନ ।

0

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :  ଓଡିଶା ସ୍ୱାସ୍ଥ୍ୟ ପରିଚାଳନା କର୍ମଚାରୀ ସଂଘ ଗଜପତି ଜିଲ୍ଲା ପକ୍ଷରୁ ୬ ଦଫା ଦାବୀ ପୁରଣ ନେଇ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଦାବୀ ପତ୍ର ପ୍ରଦାନ କରାଯାଇଛି । ସଂଘର ସଭାପତି ଏମ. ଖଗେଶ୍ୱର ରାଓ ଏବଂ ସଂପାଦକ ଶିବ ପ୍ରସାଦ ସାହୁଙ୍କ ନେତୃତ୍ୱରେ ସଂଘର ବିଭିନ୍ନ  ବ୍ଲକାଞ୍ଚଳରେ କାର୍ଯ୍ୟରତ ଶତାଧିକ ସଂଖ୍ୟାରେ ମହିଳା ଓ ପୁରୁଷ କର୍ମଚାରୀ ସ୍ଥାନୀୟ ସିଡିଏମଓଙ୍କ କାର୍ଯ୍ୟାଳୟ ଠାରୁ ଏକ ବିରାଟ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ଦାବୀ ପୁରୁଣ ଉପରେ ବିକ୍ଷୋଭ କରିଥିଲେ । ପରେ ୬ଦଫା ଦାବୀ ଗୁଡିକ କେନ୍ଦ୍ରିୟ ସହକାରୀ ଶ୍ରମ ଆୟୋଗ, ଉପମୁଖ୍ୟ ଶ୍ରମ ଆୟୋଗ, ଆୟୋଗ ତଥା ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ରାଜ୍ୟ ଓ ଓ.ଏସ.ଏମ.ପି.କେ.ଏସ ସଭ୍ୟ ମାନଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଧିରେନ୍ଦ୍ର କୁମାର କରକରାଙ୍କୁ ପ୍ରଦାନ କରିଥିଲେ । ୬ଦଫା ଦାବୀ ଗୁଡିକ ମଧ୍ୟରେ ମୁଖ୍ୟତଃ ସମାନ କାମକୁ ସମାନ ଦରମା, ସମସ୍ତ କର୍ମଚାରୀଙ୍କୁ ବୀମା ପ୍ରଦାନ, ପ୍ରତ୍ସାହନ ରାଶୀ ପ୍ରଥା ଉଛେଦ କରିବା, ସ୍ୱାସ୍ଥ୍ୟ ପରିଚାଳନା କର୍ମଚାରୀ ପଦବୀ ସୃଷ୍ଟି କରିବା ଏବଂ ସମସ୍ତଙ୍କୁ ଇ.ପି.ଏଫ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପ୍ରଭୃତି ରହିଛି । ୨୦୦୬ ମସିହା ଠାରୁ ଜାତୀୟ ସ୍ୱାସ୍ଥ୍ୟ ମିଶନରେ କାର୍ଯ୍ୟ କରି ଉପରୋକ୍ତ ୬ଦଫା ଦାବୀ ହାସଲ ପାଇଁ ରାଜ୍ୟ ସଂଘର ନିର୍ଦ୍ଦେଶକ୍ରମେ ପ୍ରତିଶ୍ରୁତି ନୁହେଁ କାର୍ଯ୍ୟରେ ଲାଗୁ ହେବା ଆବଶ୍ୟକ ବୋଲି ଏହି ଆନ୍ଦୋଳନ କରାଯାଇଛି ବୋଲି କୁହାଯାଇଛି ।

 

Leave A Reply

Your email address will not be published.