Recover your password.
A password will be e-mailed to you.
ରାଉରକେଲା,(ବସନ୍ତ କୁମାର ଜେନା): ଆଜିଠାରୁ ରାଉରକେଲା ବିମାନବନ୍ଦରରୁ ଦୈନିକ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରଦିତ୍ୟ ସିନ୍ଧିଆ ଏହି ବିମାନ ସେବାକୁ ଭିଡିଓ କନ୍ ଫରନେନସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ପତାକା ହଲାଇ ଏହାର ଶୁଭାରମ୍ଭ କରିବେ। ସକାଳ ୧୦ଟା ୪୫ ମିନିଟ୍ରେ ଆଲିଆନ୍ସ ଏୟାର (ଏଟିଆର-୭୨) ଭୁବନେଶ୍ବର ବିମାନବନ୍ଦରରୁ ରାଉରକେଲା ବାହାରିବ। ପୂର୍ବାହ୍ନ ୧୧ଟା ୪୦ ମିନିଟ୍ରେ ରାଉରକେଲା ବିମାନବନ୍ଦରରେ ଅବତରଣ କରିବ। ପୁଣି ରାଉରକେଲା ବିମାନବନ୍ଦରରୁ ଅପରାହ୍ନ ୧୨ଟା ୫ ମିନିଟ୍ରେ ଭୁବନେଶ୍ବର ଅଭିମୁଖେ ବାହାରିବ। ଅପରାହ୍ନ ୧ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବ। ରାଉରକେଲାରୁ ଭୁବନେଶ୍ବର ବିମାନ ଭଡା ୨୭୨୧ ଟଙ୍କା ରହିଥିଲାବେଳେ ଭୁବନେଶ୍ବରରୁ ରାଉରକେଲା ବିମାନଭଡା ୨୮୩୦ ଟଙ୍କା ରହିଛି। ଭୁବନେଶ୍ବରରୁ ରାଉରକେଲା ଆସୁଥିବା ବିମାନରେ ନ୍ୟୁଜିଲାଣ୍ଡ ଖେଳାଳୀ ଆସୁଥିବା ଜଣାପଡିଛି। ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୈନିକ ବିମାନ ସେବାକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।Recover your password.
A password will be e-mailed to you.