ଲେଖକଙ୍କ ଶବ୍ଦ ବ୍ରହ୍ମ ଅଟେ : ରାଜ୍ୟପାଳ ଗଣେଶୀ ଲାଲ

0

ଯୋଡ଼ା(ପାର୍ଥ ସାରଥି ଷଡ଼ଙ୍ଗୀ) : ନ୍ଦୁଝର ଜିଲ୍ଲା ଯୋଡ଼ା ସହରରେ ଶୁକ୍ରବାର ଅପରାହ୍ନରେ ରାଜ୍ୟପାଳ ଗଣେଶୀ ଲାଲଙ୍କ ଦ୍ଵାରା ଭ୍ୟାଲି ସିଟି ପୁସ୍ତକ ମେଳା ଉଦ୍ଘାଟିତ ହୋଇଯାଇଛି। ଭ୍ୟାଲି ସିଟି ପୁସ୍ତକ ମେଳାର ଆବାହକ ଖଣି ମାଲିକ ତାରିଣୀ ପ୍ରାସାଦ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ମେଳା କରାଯାଇଛି। ଉଦଘାଟନୀ ଉତ୍ସବରେ ସ୍ବାଗତ ଭାଷଣରେ ଆବାହକ ମହାନ୍ତି ଯୋଡ଼ା ଭଳି ଉପାନ୍ତ ଅଞ୍ଚଳରେ ଲକ୍ଷ୍ମୀ ପ୍ରସନ୍ନା କିନ୍ତୁ ସରସ୍ୱତୀ ବିଡମ୍ବନା କହି ଅଭିଭାଷଣ ରଖିଥିଲେ। ପରେ ଯୋଡ଼ା ପୌରାଧକ୍ଷା ଡକ୍ଟର ଜଗଦୀଶ ପ୍ରସାଦ ସାହୁ ସଂକ୍ଷିପ୍ତ ଅଭିଭାଷଣରେ କହିଥିଲେ ଯେ ଉପାନ୍ତ ଅଞ୍ଚଳକୁ ଜ୍ଞାନର ପରିଭାଷା ବୁଝାଇବା ପାଇଁ ଜ୍ଞାନୀ, ଗୁଣୀ ରାଜ୍ୟପାଳ ଆସିଥିବାରୁ ଅଞ୍ଚଳବାସୀଙ୍କ ଗୌରବ ଓ ଗୌରାବନ୍ଵିତ ମନେ କରିଛନ୍ତି। ପଦ୍ମଶ୍ରୀ ଡ.ତୁଳସୀ ମୁଣ୍ଡା ନିଜର ଅନୁଭୂତି କହିବା ସହିତ ପୁସ୍ତକ ମେଳା ଅଞ୍ଚଳରେ ଉତ୍ସାହ ଅଣିବ ଏବଂ ସମାଜର ବିକାଶ ମୂଳକ କାର୍ଯ୍ୟରେ ସହାୟକ ହେବ । ପରିଶେଷରେ ମୁଖ୍ୟଅତିଥି ରାଜ୍ୟପାଳ ଗଣେଶୀ ଲାଲ ଜଗନ୍ନାଥଙ୍କ ବନ୍ଦନା କରି ଲେଖକ ମାନଙ୍କ ପାଖରେ ଆକାଶ ତତ୍ତ୍ଵ ଥିବାରୁ ଆତ୍ମାର କମ୍ପନରୁ ଶବ୍ଦ କୋଷ ଆଣି ଲେଖନୀ ଚଳାଇଥାନ୍ତି। ସ୍ଥିର, ସ୍ଥିତ, ଚିତ ପୁସ୍ତକ ରଚନାରେ ଲେଖକକୁ ଶୀର୍ଷ ସ୍ଥାନକୁ ପହଞ୍ଚାଇ ଥାଏ। ଓଡ଼ିଶାର ଲେଖକଙ୍କ ଉପରେ ଜଗନ୍ନାଥଙ୍କ ଆଶୀର୍ବାଦ ରହିଛି। ଶତକଡା ୯୦ ଭାଗ ସାହିତିକ ଲେଖକ ମୁଖ୍ୟତଃ ଭାରତବର୍ଷରେ ନୀତିଶାସ୍ତ୍ର, ସମ୍ବନ୍ଧ ଶାସ୍ତ୍ର, ଅତମ୍ବିକା ଶାସ୍ତ୍ର ସମେତ ନେତୃତ୍ୱ ସମ୍ବନ୍ଧରେ ପୁସ୍ତକ ରଚନା କରନ୍ତି।ପୃଥିବୀର ଜଣେ ମହାପୁରୁଷ ତଥା ଜଣେ ମହାନ ଲେଖକ ଭାବେ ଶ୍ରୀ ଅରବିନ୍ଦଙ୍କୁ ତୁଳନା କରିବା ସହିତ ବାଇବେଲର ଉଦାହରଣ ଦେଇ ଲେଖକ ସର୍ବଦା ସର୍ବଧର୍ମ ପ୍ରିୟ ବୋଲି ଅଭିହିତ କରିଥିଲେ। ମା ତାରିଣୀ ଅଧିଷ୍ଠାତ୍ରୀ ଦେବୀ ଶକ୍ତିପୀଠ ବୋଲି ସେ କହିଥିଲେ ଓ ଓଡ଼ିଶାରେ ମା ବିମଳା ଏବଂ ମା ତାରିଣୀ ଶକ୍ତିପୀଠ ବୋଲି ସୂଚାଇ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜି ଙ୍କ ମାତୃ ପ୍ରେମ ସମ୍ପର୍କରେ କହିବା ସହିତ ଶ୍ରୀକୃଷ୍ଣ ଙ୍କ କନିଷ୍ଠ ଅଙ୍ଗୁଳି ରେ ଗୋବର୍ଦ୍ଧନ ପର୍ବତ ଧାରଣ କରି ଯେପରି ଲୋକଙ୍କ ଉପକାର କରିଥିବାର ଦୃଷ୍ଟାନ୍ତ ଦେଇ ମୋଦି ଜି ଙ୍କ ଲୋକ ସେବା ର ଉଦାହରଣ ସହ ଦୁନିଆ ରେ ମା ହିଁ ସମସ୍ତ ଶକ୍ତିର ଉତ୍ସ ବୋଲି କହିଥିଲେ।

ଉପସ୍ଥିତ ଛାତ୍ରୀ ଛାତ୍ରଙ୍କୁ କହିଥିଲେ ଯେ ଓଡ଼ିଶାରେ ଜନ୍ମଲାଭ କରିଥିବାରୁ ଆପଣ ମାନେ ଭାଗ୍ୟ ଶାଳୀ। ଜଗନ୍ନାଥଙ୍କ ରାଜ୍ୟରେ ଜ୍ଞାନୀ ଗୁଣୀ ଅଧିକ। କାରଣ ଶିଶୁଟିଏ ବିଦ୍ୟା ଆରମ୍ଭ ପୂର୍ବରୁ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ବୃତ୍ତ ଅଙ୍କନ କରି ବିଦ୍ୟା ଆରମ୍ଭ କରିଥାନ୍ତି। ଏଥିପାଇଁ ଇଶ୍ୱରଙ୍କ ଆଶୀର୍ବାଦ ମିଳିଥାଏ। ପରିଶେଷରେ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ଜୀବନୀ ପୁସ୍ତକ ଉନ୍ମୋଚନ କରିଥିଲେ ଓ ଓଡ଼ିଆ ସଙ୍ଗୀତ ଗାୟିକା ସୁସ୍ମିତା ଦାଶଙ୍କୁ ସମ୍ମାନୀତ କରିଥିଲେ। ଗୁରୁଟୁଆଁ ଅଞ୍ଚଳର ଦିବ୍ୟାଙ୍ଗ ଧବଳେଶ୍ଵର ଦାଶଙ୍କୁ ହୁଇଲ ଚେୟାର ପ୍ରଦାନ କରିଥିଲେ ।

Leave A Reply

Your email address will not be published.