-(ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ )- ଶୁକ୍ରବାର ଅପରାହ୍ନ ସମୟରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ ଗ୍ରସ୍ତ କରି କୁଲଗାଁ ଈଶାଳୋ ନିକଟରେ ଓଡିଶା ଆଦର୍ଶ ବିଦ୍ୟାଳୟ ର ଛାତ୍ରୀ ନିବାସର ଭିତି ପ୍ରସ୍ତର ଶିଳାନ୍ୟାସ ଓ ଖଣ୍ଡାୟତ ପଟକିରା ଉଚ୍ଚ ବିଦ୍ୟାଳୟ ପରିସରରେ ନୂତନ ଛାତ୍ରାବାସ ର ଶୁଭ ଶିଳାନ୍ୟାସ କରିଥିଲେ l ଅସୁରେଶ୍ୱର ପଞ୍ଚାୟତ କୁଲଗାଁଈଶାଳୋ ଠାରେ ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ରୀ ନିବାସ ଗୃହ ନିର୍ମାଣ ହେବା ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ 2 କୋଟି 28 ଲକ୍ଷ ଟଙ୍କା ଅଟକଳ ରଖାଯାଇଥିଲା ବେଳେ 2 ମହଲା ବିଶିଷ୍ଟ ଗୃହ ରେ 100 ଶଯ୍ୟା କ୍ଷମତା ରହିବ l ସେହିପରି ଭାବେ ପଞ୍ଚାୟତରାଜ ପାନୀୟଜଳ ବିଭାଗ ପକ୍ଷରୁ ଓରତି ପଞ୍ଚାୟତ ଖଣ୍ଡାୟତ ପଟ୍ଟକିରା ଉଚ୍ଚ ବିଦ୍ୟାଳୟ ପରିସରରେ 90 ଲକ୍ଷ ଟଙ୍କା ବ୍ୟୟରେ ଅନୁସୂଚିତ ଛାତ୍ର ଛାତ୍ରୀ ଙ୍କ ନିମନ୍ତେ ହଷ୍ଟେଲ ଗୃହ ନିର୍ମାଣ କରାଯିବ ଯାହା 2 ମହଲା ବିଶିଷ୍ଟ ଗୃହ ସମେତ 100 ଶଯ୍ୟା ଧାରଣ କରିବାକୁ ଲକ୍ଷ ରଖଯାଇଛି l ଏହି ଦୁଇଟି ଉନ୍ନତିମୂଳକ କାର୍ଯ୍ୟକୁ ବିଧାୟକ ପ୍ରତାପ ଜେନା ଶୁଭ ଶିଳନ୍ୟାସ କରିବା ସହ ଯେପରି ଏହି କାର୍ଯ୍ୟ ଖୁବ ଶୀଘ୍ର ଶେଷ ହେବ ସେ ନେଇ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ l ଏହି ଶିଳାନ୍ୟାସ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ ରେ ବିଧାୟକ ଶ୍ରୀ ଜେନା ଙ୍କ ସହ ବ୍ଲକ ଅଧକ୍ଷା ରୋଜି ସେଠି, ଉପାଧକ୍ଷ ଅଶୋକ କୁମାର ଓଝା, ପ୍ରାକ୍ତନ ଅଧକ୍ଷ ଗିରିଶରଞ୍ଜନ ମହାପାତ୍ର, ଜିଲ୍ଲା ପରିଷଦ ଜସ୍ମିତା ସେଠି, ଭୂପତିଭୁଷଣ ଷଣ୍ଡ, ସମାଜସେବୀ ବ୍ରଜମୋହନ ପଣ୍ଡା, ମନୋଜ ସେଠି, ଅସୁରେଶ୍ୱର ସରପଞ୍ଚ ଗୌତମୀ ଦାସ, ଓରତି ସରପଞ୍ଚ ସରୋଜିନି ବେହେରା, ଯୁବନେତା ଚନ୍ଦନ କୁମାର ବେହେରା, ଅନନ୍ତ କୁମାର ଦାସ, ରବୀନ୍ଦ୍ର କୁମାର ପରିଡା, ଦିଲ୍ଲୀପ ଘଡ଼ାଇ ଙ୍କ ସମେତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମ ରେ ବିଜୁ ଜନତା ଦଳୀୟ କର୍ମୀ ଏବଂ ଗ୍ରାମବାସୀ ମାନେ ଯୋଗଦାନ କରି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l
Sign in
Sign in
Recover your password.
A password will be e-mailed to you.