ଚମ୍ପୁଆ / ପାର୍ଥ ସାରଥି ଷଡ଼ଙ୍ଗୀ – ଚମ୍ପୁଆ ତହସିଲ ଅଞ୍ଚଳର ବୈତରଣୀ ନଦୀ ଏବଂ ଅରଡେଇ ନଦୀ ରୁ ଖୁଲମ୍ ଖୁଲା ଦିନ ଦ୍ବିପହରରେ ବାଲି ମାଫିଆ ମାନେ ବେଆଇନ ଭାବେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ଓ ରାଜ୍ୟ ଲଘୁଦ୍ରବ୍ୟ ଆଇନକୁ ଉଲଂଘନ କରି ଚୋରା ବାଲି ଚାଲାଣ କରୁଛନ୍ତି । ସେଥିପ୍ରତି ତହସିଲ, ପ୍ରଶାସନ ଓ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଅତ୍ୟନ୍ତ ଚିନ୍ତାଜନକ ବିଷୟ ବୋଲି ବିଜେପି ପକ୍ଷରୁ ପ୍ରଶାସନ କୁ ଅବଗତ କରାଗଲା। କେବଳ ନଦୀ ର ସ୍ଥାୟୀତ୍ବ କିମ୍ବା ନଦୀବନ୍ଧ ର ସୁରକ୍ଷା ଦୃଷ୍ଟିରୁ ଏହା ବିପଦଜନକ ତାହା ନୁହେଁ ବରଂ ବାଲି ମାଫିଆଙ୍କ ଅପରାଧିକ କାର୍ଯ୍ୟକଳାପ ଦୃଷ୍ଟିରୁ ମଧ୍ୟ ଏହା ଆହୁରି ଗମ୍ଭୀରତା ର ବିଷୟ ଅଟେ। ଏହି ବାଲି ଚୋରା ଚାଲାଣ ପାଇଁ ବାର୍ଷିକ ଚମ୍ପୁଆ ତହସିଲ ର ଆନୁମାନିକ ୬୦କୋଟି ରୁ ଉର୍ଦ୍ଧ ଟଙ୍କା ର ରାଜସ୍ବ କ୍ଷତି ହଉଛି। ଚମ୍ପୁଆ ତହସିଲ ଅନ୍ତର୍ଗତ ଉଚବାଲି, ପଦ୍ମପୁର, ଯଯପସି, ଭଣ୍ଡା, ଭୁଇଁପୁର, ଜାଲି, ରୀମୁଳି, ଜ୍ୟୋତିପୂର୍ ପ୍ରଭୁତି ଜାଗା ରୁ ମାଫିଆ ମାନେ ବେଆଇନ ଭାବେ ଦିନ ଦ୍ୱିପହର ରେ ଖୋଲା ଖୋଲି ଭାବେ ନଦୀ ପଠାରୁ ମେସିନ ଲଗେଇ ହାଇୱା ଟ୍ରକ୍ , ଟ୍ରାକ୍ଟର ରେ ଦୈନିକ ସହ ସହ ଟ୍ରିପ ବାଲି ଚୋରା ଚାଲାଣ କରୁଛନ୍ତି। ଜନସାଧାରଣ ଏଥିପ୍ରତି ପ୍ରଶାସନ ଓ ପୋଲିସ ଙ୍କୁ ଅଭିଯୋଗ କରାଯାଉଥିଲେ ମଧ୍ୟ କୌଣସି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରାଯାଉ ନଥିବା ର ଅଭିଯୋଗ କରାଯାଉଛି। ଏଥିରୁ ଅନୁମାନ ଯେ ଏହା ପ୍ରଶାସନ ଓ ମାଫିଆଙ୍କ ମଧ୍ୟରେ ସଲାସୁତୁରା ମଧୁଚନ୍ଦ୍ରିକା ଚାଲିଛି। ଏହି କାରବାର ରେ ସ୍ଥାନୀୟ ସରକାରୀ ଦଳ ର ନେତା, କୁଜି ନେତା, ପ୍ରଶାସନ, କର୍ମଚାରୀ ଓ ପୋଲିସ ଅଧିକାରୀ ମଧ୍ୟ ସଂପୃକ୍ତ ଥିବାର ସାଧାରଣ ଲୋକଙ୍କ ଅଭିଯୋଗ ମଧ୍ୟ ହଉଛି। ନିଲାମଧାରି ନ୍ୟାସନାଲ ଗ୍ରୀନ ଟ୍ରିବୁନାଲ ଓ ରାଜ୍ୟ ଲଘୁ ଖଣିଜ ଦ୍ରବ୍ୟ ଆଇନକୁ ଉଲଂଘନ କରି ବାଲି ଉତ୍ତଳନ କରୁଛନ୍ତି। ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ୍ ଆଇନ ରେ ଦିନ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବାଲି ଉତ୍ତଳନ କରିବା କଥା କିନ୍ତୁ ନିଲାମଧାରୀ ଆଇନ କୁ ବେଖାତିର କରି ୨୪ଘଣ୍ଟା ବାଲି ଚାଲାଣ କରୁଛନ୍ତି। ନିୟମକୁ ଉଲ୍ଲଂଘନ କରି ବିନା ଶ୍ରମିକ ରେ ମେସିନ ଲଗେଇ ପାଣି ଭିତରୁ ଷ୍ଟିମର ସାହାଯ୍ୟରେ ବାଲି ଉତ୍ତଳନ କରାଯାଉଛି ଓ ଭରିଯାନ ରେ ପରିବହନ କରିବା ଦ୍ଵାରା ରାସ୍ତା ଘାଟ ର ଅବସ୍ଥା ମଧ୍ୟ ଶୋଚନୀୟ ହୋଇ ପଡ଼ିଛି। ଏସବୁ ପ୍ରତି ସ୍ଥାନୀୟ ପ୍ରଶାସନ ଓ ପୋଲିସ ନୀରବ ରହିବା ଅତ୍ୟନ୍ତ ପରିତାପ ର ବିଷୟ ଅଟେ। ନଦୀ ସୁରକ୍ଷା ସମିତି (ନାମାମି ଗଙ୍ଗେ) ର ରାଜ୍ୟ ସଭାପତି ମହେଶ୍ୱର ସାହୁ ଙ୍କ ନେତୃତ୍ବରେ ଚମ୍ପୁଆ ମଣ୍ଡଳ ସଭାପତି ରାଜେଶ ଆଚାର୍ଯ୍ୟ, ଯୋଡ଼ା ମଣ୍ଡଳ ବିଜେପି ସଭାପତି ସୁଶାନ୍ତ କୁମାର ବେବର୍ତ୍ତା, ଭଣ୍ଡା ମଣ୍ଡଳ ସଭାପତି ହେମନ୍ତ କୁମାର ମହାନ୍ତ, ଚମ୍ପୁଆ ଗ୍ରାମୀଣ ମଣ୍ଡଳ ସଭାପତି ଚନ୍ଦ୍ରଶେଖର ମହାନ୍ତ, ଯୋଡ଼ା ଉପସଭାପତି ପାର୍ଥ ସାରଥୀ ଷଡ଼ଙ୍ଗୀ ଓ ୧୦୦ରୁ ଉର୍ଦ୍ଧ ସଂଖ୍ୟା ରେ କାର୍ଯ୍ୟକର୍ତ୍ତା ଚମ୍ପୁଆ ତହସିଲଦାର ଙ୍କୁ ଭେଟି ଏହି ବାଲି ମାଫିଆ ଙ୍କ ଗୁଣ୍ଡରାଜ ଓ ଚୋରା ଚାଲାଣ ଉପରେ ରୋକ୍ ଲଗେଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ ସହ ଦାବିପତ୍ର ପ୍ରଦାନ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post