ବୀରମହାରାଜପୁର ,( ବିନୋଦ ପାଣ୍ଡେ ) : ଭାରତର ଦକ୍ଷିଣ ଗୋଆ ଠାରେ ବଡି ବିଲଡିଂ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ସୁବର୍ଣ୍ଣପୁର ଜିଲ୍ଲା କ୍ରିପାଳ ଫିଟନେସ ର ପ୍ରତିଯୋଗୀ ସ୍ବର୍ଣ୍ଣ, ଓ ରୋପ୍ୟ ମେଡାଲ ଜିଣି ଜିଲ୍ଲା ତଥା ରାଜ୍ୟ ର ନାମକୁ ଉଜ୍ୱଳ କରିଛନ୍ତି l କୋଚ କ୍ରିପାଳ ଶ୍ରୀରାମ ଙ୍କ ନେତୃତ୍ୱ ରେ ଗୋଆ ଠାରେ ବଡ଼ିବିଲଡିଂ ପ୍ରତିଯୋଗିତା ରେ ଅଂଶଗ୍ରହଣ କରି ବଲାଙ୍ଗୀର ଜିଲ୍ଲା ବେଲପଡା ର ଅଙ୍କିତ ତାଣ୍ଡି ସ୍ବର୍ଣ୍ଣ ପଦକ, ସୁଧୀର ପଧାନ, ଶାନ୍ତନୁ ମିଶ୍ର ବ୍ରୋଞ୍ଚ ପଦକ,ବିଜେତା ହୋଇ ଥିବାବେଳେ, ଏହି ଦଳ ରେ ଅନ୍ୟ ମାନଙ୍କ ମଧ୍ୟରେ ଆଲୋକ ଦେହୁରୀ, ପ୍ରମୋଦ କୁମାର ପୁରୋହିତ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ପ୍ରତିଯୋଗିତା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ମୈତ୍ରୀ ସଦନ ଠାରେ ସମ୍ବର୍ଦ୍ଧନା ସଭା ଆୟୋଜନ ହୋଇଥିଲା। ସାମ୍ବାଦିକ ସଙ୍ଘ ସଭାପତି ସ୍ୱୟମ୍ଭୁ ନାଥ ଖଣ୍ଡଗିରି ଙ୍କ ସଭାପତିତ୍ୱ ରେ ସମସ୍ତ ପ୍ରତିଯୋଗୀ ଙ୍କୁ ସମ୍ମାନିତ କରାଯାଇଥିଲା l ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ, ମୁଖ୍ୟ ଅତିଥି, ଉପଖଣ୍ଡ ପୋଲିସ ଅଧିକାରୀ ଡୋଳାମଣି ଭୋଇ, ଡ଼କ୍ଟର ପ୍ରଫୁଲ୍ଲ କୁମାର ରଥ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜିତ କୁମାର ରଥ ପ୍ରମୁଖ ସମ୍ମାନିତ ଅଥିତି ଭାବରେ ଯୋଗଦେଇ ଥିବାବେଳେ, ମୀନ କେତନ ମହାକୁର ସଭା ସଂଚାଳନ କରୁଥିବା ବେଳେ କିଶୋର ହୋତା ଧନ୍ୟବାଦ ଅର୍ପଣ କରିଥିଲେ l ମେନଜର ଆଲୋକ ଦେହୁରୀ,ସେଣ୍ଟର ଶାନ୍ତାନୁ ମିଶ୍ର, ଆସିଷ୍ଟାଣ୍ଟ କୋଚ ପ୍ରମୋଦ ପୁରୋହିତ, ପୃଥିରାଜ ସିଂ,ଆଶିଷ ସାହୁ, ଅରୁଣ ଖଣ୍ଡଗିରି, ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଆଗାମୀ ଦିନରେ ଅନ୍ତର୍ଜାତୀୟ ସ୍ତରରେ ପଦକ ଜିତିବା ଆଶା ରଖିଥିବା ପ୍ରକାଶ କରିଥିଲେ l
Sign in
Sign in
Recover your password.
A password will be e-mailed to you.