ଜଗତସିଂହପୁର/ସୁମନ୍ତ କୁମାର ଦାସ: ବିନା ସୂଚନା ଫଳକ ରେ ଚାଲିଛି ନିମ୍ନ ମାନର ରାସ୍ତା କାମ l ଏମିତି ଦୂର୍ଶ୍ୱ ଦେଖିବାକୁ ମଳିଛି ବାଲିକୁଦା ବ୍ଲକ କାଳଓ ପଞ୍ଚାୟତ ର ଭୋଦା ଓଗାରାପୁର ଗ୍ରାମରେ l କାଳିଓ ପଞ୍ଚାୟତ ର ସରପଞ୍ଚ ଙ୍କ ଦାଣ୍ଡ ରେ ଏଭଳି ନିମ୍ନ ମାନର କାର୍ଯ୍ୟ ନେଇ ଅଭିଯୋଗ ହୋଇଛି l ପ୍ରସାଶନିକ ଅବହେଳା ପାଇଁ ଏଭଳି ନିମ୍ନ ମାନର କାର୍ଯ୍ୟ କରାଯାଇଥିବା କୁହାଯାଉଛି କାରଣ ଯନ୍ତ୍ରୀ ଙ୍କ ଅନୁପସ୍ଥିତ ରେ ଏକ ବୁଲା ଲୋକ କୁ କିଛି ମଜୁରୀ ଦେଇ କାମ ତଦାରଖ କରୁଥିବା ଦେଖିବାକୁ ମିଳୁଥିବା ବେଳେ ଯନ୍ତ୍ରୀ କାର୍ଯ୍ୟସ୍ଥଳ କୁ ଯାଉ ନାହାଁନ୍ତି I ଫଳରେ ଭାଗ ମାପ ତ ଦୂରର କଥା ରାସ୍ତା ଆରମ୍ଭ ପୂର୍ବରୁ ପୁରୁଣା ରାସ୍ତା ଉପରେ କିଛି ବାଲି ପକାଇ ଦେଇ କାମ କରାଯାଉଛି l ନିୟମ ଅନୁଯାଇ ମେଟାଲିଙ୍ଗୀ କରାନଯାଇ ଛୋଟ ସାଇଜ ଗୋଡ଼ିକୁ ମେଣ୍ଟାଲ ରୂପେ ପକାଇ ତାହା ଉପରେ ଛୋଟ ସାଇଯ ଚିପିସ୍ କୁ ଭାଗ ଦିଆଯାଇ ରାସ୍ତାରେ ପକା ଯାଉଚି. ଯେଉଁଠି ନିୟମ ଅନୁଯାଇ 4 ଇଞ୍ଚ ପଡିବା କଥା ସେଠାରେ 1.5 ଇଞ୍ଚ ପକାଇ ଜେନେ ତେଣେ ଉପାୟରେ ରାସ୍ତା କରି ନିଆ ଯାଉଛି, ଯାହାକି ରାସ୍ତା ର ସ୍ଥାୟିତ୍ୱ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି l ତେବେ ଏଥିପ୍ରତି ବ୍ଲକ ତଥା ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି l
Sign in
Sign in
Recover your password.
A password will be e-mailed to you.
Prev Post