
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଳକ ରଙ୍ଗଣୀପାଟଣା ଗ୍ରାମର ତପନ କୁମାର ଷଡ଼ଙ୍ଗୀ ସ୍ନାତକୋତ୍ତରରେ ସ୍ବର୍ଣ୍ଣ ପଦକ ହାସଲ କରି ଓଡ଼ଗାଁ ପାଇଁ ଗୈାରବ ଆଣି ଦେଇଛନ୍ତି । ତପନ ମାତା ମଞ୍ଜୁଲତା ଷଡ଼ଙ୍ଗୀ ଓ ପିତା ଈଶ୍ଵର ଚନ୍ଦ୍ର ଷଡ଼ଙ୍ଗୀଙ୍କର ଜଣେ ସୁଯୋଗ୍ୟ ସନ୍ତାନ ଭାବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ବିଭାଗ ସ୍ନାତକୋତ୍ତର ପାଠ୍ୟକ୍ରମରେ ଏହି ସମ୍ମାନ ହାସଲ କରିଛନ୍ତି ।
ରଙ୍ଗଣୀପାଟଣା ଗ୍ରାମରେ ଜନ୍ମଲାଭ କରି ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଗାୟତ୍ରୀ ବିଦ୍ୟା ମନ୍ଦିର ଏବଂ ଷଷ୍ଠ, ସପ୍ତମ ଶ୍ରେଣୀ ନିଜ ଗ୍ରାମର ଉଦ୍ଧବ ଉଚ୍ଚ ପ୍ରାଥମିକ ମଧ୍ୟ ଇଂରାଜୀ ବିଦ୍ୟାଳୟ ଏବଂ ଅଷ୍ଟମ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ରଘୁନାଥ ବିଦ୍ୟାପୀଠ, ଓଡ଼ଗାଁରେ ଅଧ୍ୟୟନ କରିଥିଲେ । +୨ ବିଜ୍ଞାନ ଏବଂ +୩ ପଦାର୍ଥ ବିଜ୍ଞାନ ସ୍ନାତକ ରଘୁନାଥ ସମବାୟ ମହାବିଦ୍ୟାଳୟ, ଓଡ଼ଗାଁ ଠାରେ ଅଧ୍ୟୟନ କରିଥିଲେ । ଏବଂ ପଦାର୍ଥ ବିଜ୍ଞାନ ସ୍ନାତକୋତ୍ତର ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରି ସ୍ବର୍ଣ୍ଣ ପଦକ ହାସଲ କରି ଅଞ୍ଚଳ ପାଇଁ ଗୈାରବ ଆଣି ଦେଇଛନ୍ତି । ଆଗାମୀ ଦିନରେ ଜଣେ ପ୍ରଫେସର ହେବା ଲକ୍ଷ ରଖିଥିବା ବେଳେ ନିଜ ସଫଳତାର ଶ୍ରେୟ ନନା, ବୋଉ , ଶିକ୍ଷକ, ଶିକ୍ଷୟିତ୍ରୀ, ବନ୍ଧୁ ପରିବାର ବର୍ଗଙ୍କ ସ୍ନେହ ଓ ଆଶ୍ରିବାଦରୁ ପାଇଁ ପାରିଥିବା କହିଥିଲେ ।
Sign in
Sign in
Recover your password.
A password will be e-mailed to you.