ଭୁବନେଶ୍ୱର: ଏକ ସମୟରେ ଓଡ଼ିଶାର ଚାଷୀମାନେ ଯେତେବେଳେ ଅଧିକ ଅମଳକ୍ଷମ ଧାନ କିସମ ଚାଷ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି, ଆଦିତ୍ୟ ବିର୍ଲା ଗ୍ରୁପ୍ କମ୍ପାନୀ ଆଦିତ୍ୟ ଆଲୁମିନିୟମ ଲପଙ୍ଗା ପଶ୍ଚିମ ଓଡ଼ିଶାର ଚାଷୀଙ୍କୁ ବହୁବର୍ଷ ଧରି ଚାଷ ବନ୍ଦ ହୋଇଯାଇଥିବା ସାଧାରଣରେ ସୁପରିଚିତ ସ୍ୱଦେଶୀ କଳା ରଙ୍ଗର ଚାଉଳ ‘କଳାବତୀ’ ଉତ୍ପାଦନ କରିବା ନିମନ୍ତେ ପ୍ରବର୍ତ୍ତାଇବାରେ ସଫଳ ହୋଇଛନ୍ତି ।
ଆଦିତ୍ୟ ଆଲୁମିନିୟମର ‘ପ୍ରୋଜେକ୍ଟ ସମୃଦ୍ଧି’ ରେଙ୍ଗାଳି ବ୍ଲକର ଚାଷୀମାନଙ୍କୁ କେବଳ ଜୀବନ ନିର୍ବାହ ପାଇଁ ଚାଷ ପରିବର୍ତ୍ତେ ଲାଭଜନକ ବ୍ୟବସାୟିକ କୃଷିକାର୍ଯ୍ୟ କରିବା ନିମନ୍ତେ ଉତ୍ସାହିତ କରିଆସୁଛି ଏବଂ ଚାଷୀଙ୍କୁ ଜୈବିକ କୃଷିରେ ପରୀକ୍ଷା ନିରୀକ୍ଷା କରିବାକୁ ସହାୟତା କରୁଛି ।
ଚଳିତ ବର୍ଷ ଏକ ପାଇଲଟ ପ୍ରକଳ୍ପରେ ଆଦିତ୍ୟ ଆଲୁମିନିୟମ ୫ ଏକର ଜମିରେ ୫୫ ଜଣ ଚାଷୀଙ୍କୁ କଳାଧାନ ଚାଷ କରିବାକୁ ପ୍ରୋତ୍ସାହିତ କରୁଛି । ଗ୍ରାମସ୍ତରରେ ଆନ୍ତଃ ଭାବବିନିମୟ ବୈଠକଗୁଡିକ ଅବସରରେ ୪ ଗ୍ରାମପଞ୍ଚାୟତରୁ ୬୦ରୁ ଅଧିକ କୃଷକ କଳା ଧାନ ଚାଷ ଆରମ୍ଭ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ । ଇନ୍ପୁଟ ମୂଲ୍ୟଗତ ସମର୍ଥନ ଆକାରରେ ଏହି ପାଇଲଟ ପ୍ରକଳ୍ପ ନିମନ୍ତେ ମୋଟ ୧.୨୫ କ୍ୱିଣ୍ଟାଲ ବିହନ ସଂଗ୍ରହ କରାଯାଇ ତାହାକୁ ଚାଷୀଙ୍କ ମଧ୍ୟରେ ବଣ୍ଟନ କରାଯାଇଛି । ୨୦ଟି କୃଷକ କ୍ଲବର ୨୫୦ ସଦସ୍ୟଙ୍କ ସମେତ ୫୦୦ରୁ ଅଧିକ ଚାଷୀ ଆଦିତ୍ୟ ଆଲୁମିନିୟମର ‘ପ୍ରୋଜେକ୍ଟ ସମୃଦ୍ଧି’ ଅଧୀନରେ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ସ ସିଏସ୍ଆର କାର୍ଯ୍ୟକ୍ରମ ଜରିଆରେ ଉପକୃତ ହେଉଛନ୍ତି ।
“କଳା ଚାଉଳ ଓଡ଼ିଶାର ନିଜସ୍ୱ ହୋଇଥିଲେ ମଧ୍ୟ ବିଭିନ୍ନ କିସମର ଅଧିକ ଅମଳକ୍ଷମ ବିହନ ଆବିଷ୍କୃତ ହେବାଦ୍ୱାରା ତାହାର ଚାହିଦା କ୍ରମଶଃ ହ୍ରାସପାଇଥିଲା । ଆମେ ତାହାକୁ ବିଲୋପପ୍ରାୟ ସ୍ଥିତିରୁ ଫେରାଇ ଆଣିବାକୁ ପ୍ରୟାସ କରୁଛୁ,” “ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ଔଷଧୀୟ ଗୁଣ ଥିବା କଳା ଚାଉଳ ଭିଟାମିନ ବି ଓ ଇ, ନିଆସିନ୍, କ୍ୟାଲସିୟମ, ମ୍ୟାଗନେସିୟମ, ଲୌହ ଏବଂ ଜିଙ୍କ୍ ଆଦି ତତ୍ତ୍ୱରେ ସମୃଦ୍ଧ । ଏହା ଶରୀରରେ ଆଣ୍ଟିଅକ୍ସିଡାଣ୍ଟ ଭାବରେ କାର୍ଯ୍ୟ କରିଥାଏ । ରନ୍ଧା ଯାଇଥିବା କଳାଚାଉଳ କ୍ୟାନ୍ସର ଏବଂ ମଧୁମେହ ରୋଗୀଙ୍କ ନିମନ୍ତେ ଉପଯୋଗୀ ବିବେଚିତ ହେଉଛି,” ବୋଲି ଶ୍ରୀ ସମୀର ନାୟକ, ୟୁନିଟ ହେଡ୍, ଆଦିତ୍ୟ ଆଲୁମିନିୟମ କହିଛନ୍ତି ।
କୃଷକମାନଙ୍କୁ ନୂଆ ଶସ୍ୟ କିସମ ସହିତ ସୁପରିଚିତ କରାଇବା ଏବଂ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ କରିବାକୁ ଆଦିତ୍ୟ ଆଲୁମିନିୟମ ଦ୍ୱାରା ଦିଶାନିର୍ଦ୍ଦେଶ କାର୍ଯ୍ୟକ୍ରମ ଏବଂ କ୍ଷେତ୍ର ପରିଦର୍ଶନ ଆୟୋଜନ କରାଯାଇଥିଲା । ବିହନ ବୁଣିବା ପଦ୍ଧତି, ଅନାବନା ଘାସ ଆଦି ସଫା କରିବା ପ୍ରକ୍ରିୟା ଏବଂ ଅମଳ ସମ୍ପର୍କରେ ତାଲିମ ଦିଆଯାଇଥିଲା, ଯାହା ନୂତନ ଶସ୍ୟକୁ ଆପଣେଇବା ନିମନ୍ତେ ସମୁଦାୟ ପ୍ରକ୍ରିୟାରେ ଚାଷୀଙ୍କ ପାଇଁ ସହାୟକ ହୋଇଥିଲା, ବୋଲି ଶ୍ରୀ ନାୟକ କହିଛନ୍ତି ।
ବିକ୍ରିବଟା ସମସ୍ୟା କାରଣରୁ କିଛି ସମ୍ଭାବିତ ଚାଷୀ କୁଣ୍ଠାବୋଧ କରୁଥିବା ବିଷୟକୁ ଦୃଷ୍ଟିରେ ରଖି ସେମାନଙ୍କ ଉତ୍ପାଦ ସ୍ଥାନୀୟ ବଜାରରେ ବିକ୍ରି ନହେଲେ ଆଦିତ୍ୟ ଆଲୁମିନିୟମ ତାହାକୁ ଖରିଦ କରିନେବା ସମର୍ଥନ ଦେବ ବୋଲି ଚାଷୀଙ୍କୁ ସୁନିଶ୍ଚିତ କରାଇଛି ।
ଏତଦ୍ବ୍ୟତୀତ କମ୍ପାନୀ ମଧ୍ୟ ବିହନ ସଂରକ୍ଷଣ ଉପରେ ଦୃଷ୍ଟିନିବଦ୍ଧ କରିବା ସହିତ ଗ୍ରାମ ସ୍ତରରେ ବିହନ ବ୍ୟାଙ୍କ ସ୍ଥାପନ ନିମନ୍ତେ ଚାଷୀଙ୍କୁ ଉତ୍ସାହିତ କରୁଛି ଯାହା ତିରୋଟ ସମୟରେ ଗୁଣାତ୍ମକ ବିହନ ଉପଲବ୍ଧ କରାଇବାରେ ସହାୟକ ହେବ ଏବଂ ଇନ୍ପୁଟ ଖର୍ଚ୍ଚ ହ୍ରାସ କରିବ ।
“କଳା ଚାଉଳ ସମ୍ପର୍କରେ ମୋର ଧାରଣା ନଥିଲା । ଆଦିତ୍ୟ ଆଲୁମିନିୟମ ସମର୍ଥନରେ ଚଳିତ ବର୍ଷ ମୁଁ ଅଧ ଏକର ଜମିରେ କଳାଧାନ ଚାଷ କରିଥିଲି । ଫସଲ ଏବେ ଅମଳ ପାଇଁ ପ୍ରସ୍ତୁତ ଏବଂ ମୁଁ ନିଶ୍ଚିତ ଯେ ଏଥିରୁ ମୋତେ ଭଲ ଆୟ ମିଳିବ । ଆସନ୍ତା ବର୍ଷ ଅଧିକ ଜମିରେ ମୁଁ ଏହି ଚାଷ କରିବାକୁ ଯୋଜନା କରୁଛି,” ବୋଲି ଲପଙ୍ଗାର ମନୋଜ ଦାସ କହିବା ସହିତ ଆଦିତ୍ୟ ଆଲୁମିନିୟମର ସିଏସଆର ଟିମ୍କୁ ତାଙ୍କର ସମର୍ଥନ ଏବଂ ମାର୍ଗଦର୍ଶନ ନିମନ୍ତେ କୃତଜ୍ଞତା ଜଣାଇଛନ୍ତି ।
ଏକ ଦାୟିତ୍ୱସମ୍ପନ୍ନ କର୍ପୋରେଟ ସଂସ୍ଥା ଭାବରେ ଏବଂ ସମାଜକୁ ପ୍ରତିଦାନ ଦେବାର ନିରନ୍ତର ପ୍ରେରଣାରେ ପରିଚାଳିତ ହୋଇ ଆଦିତ୍ୟ ବିର୍ଲା ଗ୍ରୁପ୍ ଓଡ଼ିଶାରେ ୧୨୮ଟି ଗ୍ରାମରେ ୫ ଲକ୍ଷ ଲୋକଙ୍କ ନିକଟରେ ପହଞ୍ଚିବା ସହିତ ୨ ଲକ୍ଷରୁ ଅଧିକ ଲୋକଙ୍କ ଜୀବନକୁ ସ୍ପର୍ଶ କରୁଛି । ଗ୍ରୁପ୍ର ସିଏସଆର କାର୍ଯ୍ୟକ୍ରମ ଶ୍ରୀମତୀ ରାଜଶ୍ରୀ ବିର୍ଲାଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଆଦିତ୍ୟ ବିର୍ଲା ସେଣ୍ଟର ଫର କମ୍ୟୁନିଟି ଇନିସିଏଟିଭସ୍ ଆଣ୍ଡ ରୁରାଲ ଡେଭଲପମେଣ୍ଟ ଅଧୀନରେ ପରିଚାଳିତ ହେଉଛି । ଗ୍ରୁପ୍ର ଦୂରଦୃଷ୍ଟି ହେଉଛି ଏହା କାର୍ଯ୍ୟ କରୁଥିବା ଅଞ୍ଚଳର ଜନସାଧାରଣଙ୍କ ଅର୍ଥନୈତିକ ଓ ସାମାଜିକ ବିକାଶ ଦିଗରେ ସକ୍ରିୟ ଅବଦାନ ରଖିବା । ଏଭଳି କରି ସମାଜର ଦୁର୍ବଳ ବର୍ଗର ଲୋକଙ୍କ ପାଇଁ ଏକ ଉତ୍ତମ ଏବଂ ଦୀର୍ଘସ୍ଥାୟୀ ଜୀବନଧାରଣ ପନ୍ଥା ନିର୍ମାଣ କରୁଛି । ଗ୍ରୁପ୍ର ସିଏସଆର୍ ଦୂରଦୃଷ୍ଟି ଦାରିଦ୍ର୍ୟ ଦୂରୀକରଣ ଏବଂ କ୍ଷୁଧାରୁ ମୁକ୍ତି ସୁନିଶ୍ଚିତ କରିବାକୁ ୟୁଏନ୍ଏସଡିଜି ଲକ୍ଷ୍ୟସମୂହର ମୁତାବକ ହୋଇଛି ।
Sign in
Sign in
Recover your password.
A password will be e-mailed to you.
Next Post