ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଲକ୍ ଅନ୍ତର୍ଗତ କୁରାଳ ଦଧିବାମନ ସଂସ୍କୃତ ମହାବିଦ୍ୟାଳୟ ଠାରେ ଚାଲିଥିବା ଜାତୀୟ ସେବା ଯୋଜନାର ସ୍ବତନ୍ତ୍ର ସେବା ଶିବିର ଶନିବାର ଉଦଯାପିତ ହୋଇଯାଇଛି।ମହାବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ଡ.ଗୋପିନାଥ ସାହୁଙ୍କ ସଭାପତିତ୍ବରେ ଅୟୋଜିତ ଉତ୍ସବକୁ ମୁଖ୍ୟଅତିଥି ଭାବେ ୨ନଂ ଜିଲ୍ଲାପରିଷଦ ସଭ୍ୟା ବିରଜାଲକ୍ଷ୍ମୀସାହୁ ଯୋଗଦେଇ ୭ଦିନ ଧରି ଚାଲିଥିବା ଶିବିରରେ ଝିଅମାନଙ୍କ କାର୍ଯ୍ୟ ଶୈଳୀକୁ ଭୂୟସୀ ପ୍ରଶଂସା କରିଥିଲେ। ୧ନଂ ଜିଲ୍ଲାପରିଷଦ ସଭ୍ୟା ଝିଲ୍ଲି ପ୍ରଧାନ,ଯୁବ ନେତା ତଥା କଲେଜର ପୁରାତନଛାତ୍ର ବିଭୁ ପ୍ରସାଦ ସାହୁ,କୁରାଳ ସରପଞ୍ଚ ବିଜନ ପାଇକରାୟ,କୋମଣ୍ଡ ସରପଞ୍ଚ ଦୀପିକା ସେଠୀ,ରଙ୍ଗଣୀପାଟଣା ସରପଞ୍ଚ ସସ୍ମିତା ପାତ୍ର,ଭାଡ଼ିକିଳା ସରପଞ୍ଚ ଗୀତାଞ୍ଜଳୀ ସାହୁ,ନନ୍ଦିଘୋର ସମିତିସଭ୍ୟା ମାନସୀ ସ୍ବାଇଁ,ଗିରିଡିପଲ୍ଲୀ ସମିତିସଭ୍ୟା ରୀନା ନାୟକ,ସାମ୍ବାଦିକ ଗଣେଶ୍ୱର ସାହୁ,ଟାଙ୍ଗୀସାହି ସଭାପତି ରମେଶ ଜେନା ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ।ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରିଣୀ ସୁଷମା ମଞ୍ଜରୀ ପାଣିଗ୍ରାହୀ ସ୍ବାଗତ ଭାଷଣ ଓ ପରିଚୟ ପ୍ରଦାନ ସହିତ ଶିବିରର ଅନୁଭୂତି ସମ୍ପର୍କେ ଅଲୋକପାତ କରିଥିବା ବେଳେ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ଭାବଗ୍ରାହୀ କର ପରିଚାଳନା କରିଥିଲେ।ଇଂରାଜୀ ଅଧ୍ୟାପକ କୃଷ୍ଣଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିବାବେଳେ ସ୍ବେଛାସେବୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଶ୍ରେଷ୍ଠ ସ୍ବେଚ୍ଛାସେବୀ ଭାବେ ୩ଜଣ ଶିବିରାର୍ଥିଙ୍କୁ କୁରାଳ ଆରୋମିରା ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।ଦର୍ଶନ ଅଧ୍ୟାପକ ବିଜୟାନନ୍ଦ ଶତପଥୀ,ଅବନୀକାନ୍ତ ପାତ୍ର,ସୁଶାନ୍ତ ବିଶୋଇଙ୍କ ସମେତ କଲେଜର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.