ଓଡ଼ଗାଁ କଲେଜ ପରିଚାଳନା ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ

0

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ସ୍ଥାନୀୟ ରଘୁନାଥ ସମବାୟ ମହାବିଦ୍ୟାଳୟ ପରିଚାଳନା ପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବୁଧବାର ଦିନ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।ପରିଷଦର ସଭାପତି ସୁରେଶ ଚନ୍ଦ୍ର ହୋତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଅଧ୍ୟକ୍ଷ ତଥା ପରିଚାଳନା ପରିଷଦ ସମ୍ପାଦକ ରାଜକିଶୋର ସାହୁ, କମିଟିର ଅନ୍ୟ ସଦସ୍ୟ ମାନଙ୍କ ସହିତ ପଞ୍ଚାୟତ ସମିତି ଅଧ୍ୟକ୍ଷ ଲୋକନାଥ ସାହୁ, ଯୁବ ସଂଗଠକ ବିଭୁପ୍ରସାଦ ସାହୁ ନିମନ୍ତ୍ରିତ ଅତିଥିଭାବେ ଯୋଗ ଦେଇଥିଲେ। ନୂତନ ସାଇକେଲ ଷ୍ଟାଣ୍ଡ, ଇ- ସ୍ମାର୍ଟ ପାଠାଗାର, ନୂତନ ସମ୍ମିଳନୀ କକ୍ଷ ଓ ଛାତ୍ରୀ ନିବାସ ପାଚେରୀ ନିର୍ମାଣ ନିମନ୍ତେ ବ୍ଲକ ଅଧ୍ୟକ୍ଷ ପ୍ରସ୍ତାବ ରଖିଥିଲେ। ଏଥିସହିତ କଲେଜ ପରିସରକୁ ସୌନ୍ଦର୍ଯ୍ୟକରଣ କରିବା ଓ ବିପଜ୍ଜନକ ଭାବେ ଥିବା ପୁରାତନ ଶ୍ରେଣୀ ଗୃହ ଗୁଡ଼ିକୁ ଭାଙ୍ଗିବା ନିମନ୍ତେ ଆଲୋଚନା କରାଯାଇଥିଲା।ଅର୍ଥନୀତି ବିଭାଗରେ ଖାଲି ଥିବା ଅଧ୍ୟାପକ ନିଯୁକ୍ତି ଏବଂ କଲେଜର ଆନୁସଙ୍ଗିକ ଆସବାବପତ୍ର କ୍ରୟ ନିମନ୍ତେ ପ୍ରସ୍ତାବ ଗୃହୀତ ହୋଇଥିଲା।ପରିଶେଷରେ କଲେଜର ଆୟ, ବ୍ୟୟ ତଥ୍ୟ ଉପସ୍ଥାପନ କରାଯାଇ ସଭା ସାଙ୍ଗ କରାଯାଇଥିଲା।

Leave A Reply

Your email address will not be published.