ଲକ୍ଷାଧିକ ଟଙ୍କା ମୂଲ୍ୟର ଅମଳ ଧାନ ପୋଡ଼ି ପାଉଁଶ ହୋଇଗଲା

0

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ବୁଧବାର ଅପରାହ୍ନରେ ଓଡ଼ଗାଁ ଥାନା କୋମଣ୍ଡ ପଞ୍ଚାୟତ ଖଜୁରୀ ବନ୍ଧ ଗହିର ଜମିରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଅମଳକ୍ଷମ ଧାନ ପୋଡ଼ି ପାଉଁଶ ହୋଇଯାଇଛି। ଖବରପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସବୁକିଛି ପୋଡ଼ି ପାଉଁଶ ହୋଇଯାଇଥିଲା । ପାଳ ସାଇତି ରଖିବା ପ୍ରତିବଦଳରେ ଧାନ ଅମଳ ପରେ ପରିବହନ ଖର୍ଚ୍ଚକୁ ଦ୍ୱାହି ଦେଇ ଚାଷୀ ମାନେ ପାଳ ପୋଡ଼ି ଦେବା ଆଧାରରେ କୋମଣ୍ଡ ଗ୍ରାମର ରାମ ବାରିକ ଧାନ ଅମଳ ପରେ ପାଳଗଦାରେ ନିଆଁ ଲଗାଇ ଦିଆସିଲିଟିକୁ ସାଙ୍ଗରେ ଥିବା ଛୋଟ ନାତିକୁ ଦେଇ ଧାନ ବସ୍ତା କରିବାକୁ ଯାଇଥିଲା । ଏହି ସମୟରେ ନାତି ପୂର୍ବରୁ ଦେଖିବା ପ୍ରକାରେ ଦିଆସିଲ ମାରି ଧାନଗଦାରେ ଲଗାଇଥିଲା । ଫଳରେ ଧାନଗଦା ହୁତୁହୁତୁ ଜଳିବାକୁ ଲାଗିଲା । ନିଆଁର ତେଜ ଖୁବଶୀଘ୍ର ବଢ଼ି ଯାଇଥିବାରୁ ପୋଡିଯାଉଥିବା ଧାନକୁ ଉଦ୍ଧାର କରିବା ସମ୍ଭବପର ହୋଇନଥିଲା । ଏହିସମୟରେ ସେଠାରେ ଥିବା କୋମଣ୍ଡ ମନୋଜ କୁମାର ସେଠୀଙ୍କର ୨୦ବସ୍ତା, ରାମ ବାରିକଙ୍କ ୩ବସ୍ତା, ହରିଜନ ସାହି ଶବର ନାୟକଙ୍କ ୩ବସ୍ତା ସହିତ କେଶବ ନାୟକଙ୍କ ୧ ଏକର ଜମିର ଅମଳ ଧାନ ପୋଡ଼ି ଛାରଖାର ହୋଇଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ୧ ଲକ୍ଷଟଙ୍କା ହେବ ବୋଲି ପ୍ରାଥମିକ ଭାବେ ଆକଳନ ହୋଇଛି ।

Leave A Reply

Your email address will not be published.