ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଆସନ୍ତା ୩୦/୧୨/୨୦୨୨ ତାରିଖ ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ମଣ୍ଡି ଖୋଲାଯାଇ ଚାଷୀଙ୍କ ଅମଳ ଧାନ କ୍ରୟ କରାଯିବ।
ସେଥିପାଇଁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଜିଲ୍ଲା ଯୋଗାଣ ବିଭାଗ , ନିୟନ୍ତ୍ରିତ ବଜାର କମିଟି ଓ ଏଆରସିଏସ୍ ର ମିଳିତରେ ଜିଲ୍ଲାବ୍ୟାପୀ ପ୍ରଚାର ପାଇଁ ବାହାରିଥିବା ଏକ କୃଷକ ସଚେତନତା ପ୍ରଚାର ରଥକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।
ମୁଖ୍ୟତଃ ଚାଷୀ ସେମାନଙ୍କ ଅମଳ ଧାନ ମଣ୍ଡିକୁ କେଉଁ ପ୍ରକାରର ଧାନ ଆଣିବେ , ସେମାନଙ୍କ ଧାନର ଉଚିତ୍ ପ୍ରାପ୍ୟ କିଭଳି ପାଇବେ , କେଉଁ କେଉଁ ଜାଗାରେ ଧାନ-ମଣ୍ଡି ଖୋଲାହେବ , ମଣ୍ଡିରେ ଧାନ କେମିତି କ୍ରୟ କରିବେ , ସେ ସବୁ ଉପରେ ଏହି ପ୍ରଚାର ତଥା ମୁଖ୍ୟତଃ ଜିଲ୍ଲାର ଧାନ ଚାଷ ହେଉଥିବା ଗୋଷାଣୀ ,କାଶୀନଗର , ଗୁମ୍ମା ଓ ରାୟଗଡ଼ ବ୍ଲକର ବିଭିନ୍ନ ପଞ୍ଚାୟତ ଓ ଗ୍ରାମକୁ ଯାଇ ଚାଷୀ ମାନଙ୍କୁ ମାଇକ୍ ଯୋଗେ ସଚେତନ କରାଇବା ସହ ଏ ସମ୍ପର୍କରେ ଅଧିକ ଜାଣିବା ପାଇଁ ସଚେତନତା ପ୍ରଚାର ପତ୍ର ମଧ୍ୟ ବଣ୍ଟନ କରାଯିବ।
ମଣ୍ଡିରେ ଚାଷୀ ଶୁଖିଲା ଓ ନିର୍ମଳ ତଥା ଭଲ ମାନର ଧାନ ଆଣି ଦେବା ପାଇଁ ଏହି ୪ ଟି ବ୍ଲକରେ ମୋଟ ୧୯ ହଜାର ବିଭିନ୍ନ ବର୍ଗର ଚାଷୀ ଚିହ୍ନଟ ହୋଇଛନ୍ତି।
୪୫ ଟି ପ୍ରାଥମିକ ସମବାୟ ସମିତି ମାଧ୍ୟମରେ ଚାଷୀ ମାନଙ୍କ ଧାନ , ମଣ୍ଡିରେ କିଣାଯିବ। ଏଥିପାଇଁ ଚଳିତ ଥର ୨୧ ଟି ଏସ୍ ଏଚ୍ ଜି ଗ୍ରୁପ ରହିଛନ୍ତି ବୋଲି କହି ଚଳିତ ଥର ଅତ୍ୟନ୍ତ ସୁରୁଖୁରୁରେ ଏବଂ ଶାନ୍ତି ଶୃଙ୍ଖଳାରେ ଏହି କାର୍ଯ୍ୟକ୍ରମ ସମ୍ପାଦନ ହେବ ବୋଲି କହି ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ଜିଲ୍ଲାପାଳ ଶ୍ରୀ ପଣ୍ଡା ଏବଂ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ପ୍ରଫୁଲ୍ଲ କୁମାର ବେହେରା।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏଆରସିଏସ୍ ଶ୍ରୀ ହରିହର ସେଠୀ , ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଏଲ୍. ରଘୁବାବୁ , ଏସଏଆରସିଏସ୍ ଶ୍ରୀ ନାରାୟଣ ସେଠୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post