ବାଣପୁର/ଖୋର୍ଦ୍ଦା: (ସେକ୍ କୌଶର) ଆଜି ବିଜେପିର ରାଷ୍ଟ୍ରୀୟ ଜଗତ ପ୍ରସାଦ ନଡ୍ଡା ଓଡିଶାଗସ୍ତରେ ଆସିଛନ୍ତି। ଜେପି ନଡ୍ଡାଙ୍କ ଏହି ଗସ୍ତରେ ପୁରୀ ସଂସଦୀୟ କ୍ଷେତ୍ର ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଣପୁରରେ ବିଶାଳ ଜନସମାବେଶରେ ଯୋଗ ଦେଇଛନ୍ତି। ଏହି ଅବସରରେ ଶ୍ରୀ ନଡ୍ଡା ରାଜ୍ୟ ସରାକାରଙ୍କୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଶ୍ରୀ ନଡ୍ଡା ରାଜ୍ୟ ସରକାର ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ, କେନ୍ଦ୍ରରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ଲୋକଙ୍କୁ ଘର ମିଳୁଥିବା ବେଳେ ରାଜ୍ୟ ସରକାର ତାହାର ନାମକୁ ବଦଳାଇ ବିଜୁ ପକ୍କା ଘର କରିଦେଉଛଅନ୍ତି! ତେବେ ରତ୍ନ ଭଣ୍ଡାରର ଚାବି ମିଳୁନଥିବାରୁ ଶ୍ରୀ ନଡ୍ଡା ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ରାଜ୍ୟ ସରକାରଙ୍କୁ କିଏ ଚଲାଉଛି ବୋଲି ଶ୍ରୀ ନଡ୍ଡା ପ୍ରଶ୍ନ କରିଛନ୍ତି। ତେଣୁ ଏହି ଅବସରରେ ସଭାରେ ଉପସ୍ଥିତ ଥିବା ଜନସାଧାରଣଙ୍କୁ ବିଜେପିକୁ ଭୋଟ ଦେଇ ସମ୍ବିତ ପାତ୍ରଙ୍କୁ ବିପୁଳ ସଂଖ୍ୟାରେ ଜିତାଇବା ପାଇଁ ନିବେଦନ କରିଛନ୍ତି!
Sign in
Sign in
Recover your password.
A password will be e-mailed to you.