ଓଡିଶା ଫେରିଲେ ସିଲଭର ଗାର୍ଲ :  ରାଉରକେଲା ଷ୍ଟେସନ୍ ରେ ୩ ହକି ଖେଳାଳୀଙ୍କୁ ବିପୁଳ  ସମ୍ବର୍ଦ୍ଧନା।

0

ROURKELA/SUSANTA BEHERA : ଘରକୁ ଫେରିଛନ୍ତି ୪ ରୂପା କନ୍ୟା ବା ଓଡିଶାର ଗର୍ବ ଗୌରବ ସିଲଭର ଗାର୍ଲ  | ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିବା ଓଡିଶାର ଗର୍ବ ତଥା ସୁନ୍ଦରଗଡ ମାଟିର ସୁନା ଝିଅଙ୍କୁ   ରାଉରକେଲା ରେଲୱେ ଷ୍ଟେସନ ରେ ଭବ୍ୟ ସମ୍ବର୍ଧନା | ଟ୍ରେନରୁ ଓହ୍ଲାଇବା ପରେ ପାଛୋଟି ଆଣିଥିଲେ ଉପସ୍ଥିତ କ୍ରୀଡ଼ାପ୍ରେମୀ, କ୍ରୀଡ଼ାବିତ, ରାଜନେତା, ପ୍ରଶାସକ ଆଉ ବିଭିନ୍ନ ବର୍ଗର ଜଣ ସାଧାରଣ |

୬ ତାରିଖ ସକାଳୁ ଦିଲ୍ଲୀରୁ ବିମାନ ଯୋଗେ ଓଡ଼ିଶାର ୪ ଏସୀୟ  ରୋପ୍ୟ ବିଜୟିନୀ  ମହିଳା ହକି ରାଣୀ ରାଞ୍ଚି ଏୟାର ପୋର୍ଟରେଅପରାହ୍ଣ ୨ ଟା ପହଞ୍ଚିବା ପରେ ସେଠାରେ ପୂର୍ବତନ ମହିଳା ହକି ଅଧିନାୟକ ସୁଭଦ୍ରା ପ୍ରଧାନ,ପୁନମ ଟପ୍ପୋ,ସରିତା ଲାକ୍ରା ଓ ରୋଜଳିନ ଡୁଙ୍ଗ ଡୁଙ୍ଗ ଏହି ୪ ହକି ଖେଳାଳୀ ଙ୍କୁ ସ୍ୱାଗତ କରିବା ସହିତ ମିଷ୍ଟାନ ଖୁଆଇ ରାଉରକେଲା ପଠା ଇଥିଲେ।  ଧନବାଦ ଆଲେପି ଟ୍ରେନ  ମାଧ୍ୟମରେଏହି ଖେଳାଳୀମାନେ ରାଉରକେଲା ରେଳ ଷ୍ଟେସନରେ ସନ୍ଧ୍ୟା ୬ ରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ତରଫରୁ ପାନପୋଷ ଉପଜିଲ୍ଲାପାଳ  ବିଶ୍ୱରଂଜନ ମହାପାତ୍ର, ସହକାରୀ ଜିଲ୍ଲାପାଳ ସୁଶାନ୍ତ ବେହେରା, ହକି କୋଚ୍ ଅମୂଲ୍ୟ ବିହାରୀ, ମିଲଟନ ବିଲୁଙ୍ଗ, ସିଲଭର ଷ୍ଟାର ଟପ୍ପୋ,ପିଟର ସୋରେନ,ଜେମ୍ସ କୁଜୁର,ବେଟୋ ଲାମୀ କେର୍କେଟା,ପିଟର ଖେସ,ଵର୍ଣ୍ଣଡ଼ ଲାକ୍ରା,ରଜତ ମିଞ୍ଜ,ସମେତ ପାନପୋଷ କ୍ରୀଡା ସଂଗଠନ , ପାନପୋଷ କ୍ରୀଡା ଛାତ୍ରାବାସ ର ମହିଳା ଖେଳାଳୀ ମାନେ ଉପସ୍ଥିତ ରହି ମିଷ୍ଟାନ ଖୁଆଇ ପୁଷ୍ପ ଗୁଚ୍ଛ ଦେବା ସହିତ ଫୁଲ ହାର ପିନ୍ଧାଇ ସୁନିତା ଲାକ୍ରା, ଲିଲୀମା ମିଞ୍ଜ ଓ ନମିତା ଟପ୍ପୋଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ରାଞ୍ଚିରୁ ନିଜର କାର ଯୋଗେ ଦୀପଗ୍ରେସ ଏକା ରାଉରକେଲା ନଆସି ନିଜ ଗ୍ରାମକୁ ଚାଲି ଯାଇଥିଲେ।

Leave A Reply

Your email address will not be published.