ଆଇଓସିଏଲର ମନମାନି ପାଇପ ଖୋଳା

0

ଓଡ଼ଗାଁ ୩୩ କେଭି ଲାଇନ ଖମ୍ବ ବିପଦରେ, ବିଦ୍ୟୁତ ସେବା ବ୍ୟାହତ ହେବାର ସମ୍ଭାବନା

ଓଡଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ଆମ୍ବରପୁର ନିକଟରେ ଆଇଓସିଏଲ ଦ୍ବାରା ପାଇପ ପୋତିବା ଉଦେଶ୍ୟରେ ମନମାନିରେ ଖୋଳା ଚାଲିଥିବାରୁ ୩୩ କେଭି ବିଦ୍ୟୁତ ଲାଇନ ପ୍ରତି ଏହା ବିପଦ ସୃଷ୍ଟି କରୁଛି । ଅଏଲ କମ୍ପାନୀ ତରଫରୁ ବିଦ୍ୟୁତ ବିଭାଗକୁ କୈାଣସି ସୂଚନା‌‌ ନଦେଇ ଶନିବାର ଅପରାହ୍ନରେ ଆମ୍ବରାପୁର ନିକଟରେ ନୟାଗଡ଼ ଠାରୁ ଓଡ଼ଗାଁ ଆସିଥିବା ୩୩ କେଭି ବିଦ୍ୟୁତ୍ ଲାଇନ ବିଦ୍ୟୁତ ଖୁଣ୍ଟକୁ ଲାଗି ବେପରୁଆ ଭାବେ ଜେସିବି ସାହାଯ୍ୟରେ ପାଇପ ଲାଇନ ଖୋଳୁଥିବା ଦେଖିବାକୁ ମିଳିଛି । ଫଳରେ ସେଠାରେ ଥିବା ବିଦ୍ୟୁତ ଖୁଣ୍ଟ ଏବେ ଅତ୍ୟନ୍ତ ବିପଦ ପୂର୍ଣ୍ଣ ଅବସ୍ଥାରେ ରହିଥିବା ବେଳେ ଭୁଶୁଡିବାକୁ ଏଡାଇ ଦିଆଯାଇନପାରେ । ଏନେଇ ବିଭାଗୀୟ ଅଧିକାରୀ ସୂଚନା ପାଇ ତୁରନ୍ତ ମରାମତି ଭଳିଆ ଏକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ହେଲେ ଅପ୍ରତ୍ୟାଶ୍ୟତ ଭାବେ ଓଡ଼ଗାଁର ସମସ୍ତ ଅଞ୍ଚଳକୁ ସନ୍ଧ୍ୟାରୁ ବିଦ୍ୟୁତ ସଂଯୋଗ ବନ୍ଦ ରହିଛି । ଅନ୍ୟପକ୍ଷରେ ସେହି ଅଂଚଳର ଜନଜୀବନ ଅଳ୍ପକେ ରକ୍ଷା ପାଇଥିବା ବାଣିଜ୍ୟ ପରିଚାଳକ ସନୋଜ ଭୋଇ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.